ଅପାରଗ ଓଡିଶା ସରକାରଙ୍କ କୁଶାସନରେ ମହିଳା,ଶିଶୁ ହତ୍ୟା ଓ ନିର୍ଯ୍ୟାତନା ବୃଦ୍ଧି ପାଇଛି:ଓଡିଶା ପ୍ରଭାରୀ ପୁରନ୍ଦେଶ୍ୱରୀ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଅପାରଗ ନବୀନ ସରକାରଙ୍କ ଶାସନରେ ଓଡିଶାରେ ଶିଶୁ ହତ୍ୟା ଓ ମହିଳା ନିର୍ଯ୍ୟାତନା ବେଶ୍ ବୃଦ୍ଧି ପାଇଛି ବୋଲି ରାଜ୍ୟ ପ୍ରଭାରୀ ଡ.ପୁରନ୍ଦେଶ୍ୱରୀ ପ୍ରକାଶ କରି କହିଛନ୍ତି ବିଜେଡି ସରକାରର କୁଶାସନ ବିରୋଧରେ ସ୍ୱର ଉତ୍ତଳୋନ କରୁଥିବା ବିଜେପି ନେତାଙ୍କୁ ଓଡିଶା ସରକାର ନିର୍ମମ ଭାବେ ହତ୍ୟା କରୁଛନ୍ତି । ସବୁ କ୍ଷେତ୍ରରେ ବିଫଳ ଥିବା ନବୀନ ସରକାରଙ୍କ ଅସଲ ମୁଖା ଓଡିଶାବାସୀ ଜାଣି ସାରିଲେଣି । ଠିକ ସମୟରେ ଲୋକେ ଉଚିତ ଜବାବ ଦେବେ । ଓଡିଶା ଗସ୍ତର ୪ର୍ଥ ଦିନରେ ବିଜେପି ରାଜ୍ୟ ପ୍ରଭାରୀ ଡ.ପୁରନ୍ଦେଶ୍ୱରୀଙ୍କ ଦିନିକିଆ ଗଜପତି ଗସ୍ତ ।ପାରଳାଖେମୁଣ୍ଡି ସର୍କିଟ ହାଉସରେ ପହଞ୍ଚି ଜିଲ୍ଲା ମଣ୍ଡଳ ସ୍ତରରୁ ଆରମ୍ଭ କରି ବ୍ଲକ ସ୍ତରର ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ସହ ଭାଜପାର ଦଳୀୟ ସ୍ଥିତି ଉପରେ ଆଲୋଚନା କରିଛନ୍ତି ।ପରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ,ପ୍ରଥମେ ଓଡିଶା ସ୍ୱତନ୍ତ୍ର ପ୍ରଦେଶ ଗଠନର ପୁରୋଧା ତଥା ଗଜପତି ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଭୂମିରେ ପାଦ ଦେଇଥିବାରୁ ନିଜକୁ ଧନ୍ୟ ମନେ କରିବା ସହ ଆନ୍ଧ୍ର ସୀମାବର୍ତ୍ତୀ ଗଜପତି ଲୋକଙ୍କ ସହ ମୋ ପିତା ଏନଟି ରାମାରାଓଙ୍କ ସମ୍ପର୍କ ରହିଥିବା ଲୋକଙ୍କ ସହ ଆଲୋଚନା କରି ଧନ୍ୟ ମନେ କରିଥିବା କହିବା ପରେ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ଓ ବିକାଶ ମୂଳକ ଯୋଜନା ସହ ରାଜ୍ୟ ସରକାରଙ୍କ କାର୍ଯ୍ୟଧାରାକୁ ତୁଳନା କରି ଭାଜପାକୁ ସମର୍ଥନ କରିବାକୁ ଅନୁରୋଧ କରିଛନ୍ତି । ଓଡିଶାରେ ବିଜେଡି ସରକାର ଶାସନରେ ମହିଳା ଓ ଶିଶୁ ନିର୍ଯ୍ୟାତନା ବହୁ ମାତ୍ରାରେ ବୃଦ୍ଧି ପାଉଥିବା ବେଳେ,ସରକାର ବିରୋଧରେ ସ୍ୱର ଉଠାଉଥିବା ବିଜେପି ନେତାଙ୍କୁ ହତ୍ୟା କରାଯାଉଛି,ତିତିଲି ମହାବାତ୍ୟାରେ କ୍ଷତିଗ୍ରସ୍ତଙ୍କୁ ଆଜି ପର୍ଯ୍ୟନ୍ତ ସହାୟତା ଦିଆଯାଇ ନାହିଁ,ଏଠାରୁ ବହୁ ସଂଖ୍ୟାରେ ଦାଦନ ଖଟିବାକୁ ଯାଉଥିବା ପରି ବହୁ ଅଭିଯୋଗ ଆଣିଛନ୍ତି ପୁରନ୍ଦେଶ୍ୱରୀ । ପଛୁଆ ଜିଲ୍ଲା ଭାବେ କେନ୍ଦ୍ରରୁ ବହୁ ଅର୍ଥ ଆସୁଛି ତେବେ କୁଆଡେ ଯାଉଛି ବୋଲି ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ଓଡିଶାର ବିକାଶ ପାଇଁ ଭାଜପା ମଧ୍ୟ ପ୍ରୟାସ ଜାରି ରଖିଛି,ତେଣୁ ଭାଜପାକୁ ସମର୍ଥନ କରିବାକୁ ଅନୁରୋଧ କରିଛନ୍ତି । ଏହି ସମ୍ମିଳନୀରେ ରାଜ୍ୟ ବିଜେପିର ଉପ ସଭାପତି ଭୃଗୁ ବକ୍ସିପାତ୍ର,ବରିଷ୍ଠ ନେତ୍ରୀ ଲେଖାଶ୍ରୀ ସାମନ୍ତ,ଜିଲ୍ଲା ପ୍ରଭାରୀ ସରୋଜ ସାବତ ଓ ପାରଳା ବିଧାୟକ କେ.ନାରାୟଣ ରାଓ ପ୍ରମୁଖ ଯୋଗ ଦେଇଥିଲେ ।


