କୋଭିଡ-୧୯ କୁ ଆଖି ଆଗରେ ରଖି କେନ୍ଦ୍ର ସରକାର ତଥା ରାଜ୍ୟ ସରକାରଙ୍କର ଗାଇଡ଼ ଲାଇନ ପାଳନ

ବାଲେଶ୍ୱର,(ଓ୍ବାଇଏନ୍ଏସ୍): ନବବର୍ଷ ଉପଲକ୍ଷେ କୋଭିଡ-୧୯ କୁ ଆଖି ଆଗରେ ରଖି କେନ୍ଦ୍ର ସରକାର ତଥା ରାଜ୍ୟ ସରକାରଙ୍କର ଗାଇଡ଼ ଲାଇନ କୁ ପାଳନ କରି ବାଲେଶ୍ୱରରେ ଥିବା ଆମ ସଙ୍ଗଠନରେ ଡିଷ୍ଟାନ୍ସ ଭିଜନ ଇଣ୍ଡିଆ ତରଫରୁ ବିଭିନ୍ନ ଉନୟନ ମୂଳକ କାର୍ଯ୍ୟ ତଥା ସ୍ୱାସ୍ଥ୍ୟ,ଚିକିତ୍ସା ଏବଂ ସାମାଜିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିଛି | ଏବଂ ବୟସ୍କ, ବ୍ୟକ୍ତି ମାନଙ୍କୁ ମାସ୍କ,ସାନିଟାଇଜର, ଶୀତବସ୍ତ୍ର, କମ୍ବଳ ଓ ଫଳ ବଣ୍ଟନ କାର୍ଯ୍ୟକ୍ରମ କରାଯାଇଛି | ଶନିବାର ପୂର୍ବାହ୍ନ ୧୧ ଘଟିକା ସମୟରେ ରେମୁଣା, ବ୍ଲକ ଅନ୍ତର୍ଗତ ଚଷାଖଣ୍ଡ ପଞ୍ଚାୟତ ବାବା ଖଣ୍ଡେଶ୍ଵର ମହାଦେବଙ୍କର ପୀଠ ସ୍ଥଳୀରେ କାର୍ଯ୍ୟକ୍ରମ ଦିଷ୍ଟନ୍ସ ଭିଜନ ଇଣ୍ଡିଆର ଚେୟାରମ୍ୟାନ ପର୍ଶୁରାମ ଘୋଷଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା | ଉପସ୍ଥିତ ବୟସ୍କ,ବିକଳାଙ୍ଗ,ବ୍ୟକ୍ତିମାନଙ୍କ ସୁସ୍ଥ ଓ ନିରାମୟ ଜୀବନ କାମନା କରି ନବ ବର୍ଷର ଶୁଭେଚ୍ଛା ଜଣାଇଥିଲେ ଅନୁଷ୍ଠାନର ମୁଖ୍ୟ ଶ୍ରୀ ଘୋଷ | ଏହି କାର୍ଯ୍ୟକ୍ରମରେ ଶ୍ରୀମତୀ ପଦ୍ମାବତୀ କୁଣ୍ଡୁ , ଶ୍ରୀମତୀ ସତ୍ୟ ଶ୍ରୀ ଦାସ, ଏବଂ ଚାଷ ଖଣ୍ଡର ପୂର୍ବତନ ସରପଞ୍ଚ ଶ୍ରୀମତୀ ଶାନ୍ତି ଲତା ନାୟକ ଯୋଗ ଦେଇଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ