ଅପ୍ରତିଦ୍ଵନ୍ଦୀ ଭାବେ ନିର୍ବାଚିତ ହେଲେ ଦିଗପହଣ୍ଡି ବ୍ଳକ ଅଧ୍ୟକ୍ଷା ସୁନୀତା ସେଠୀ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ) :ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷ ପଦବୀ ପାଇଁ ଦୀର୍ଘଦିନ ଧରି ପଞ୍ଚାୟତ ସମିତିରେ ଯେଉଁ ଅଙ୍କାକଶା ଚାଲିଥିଲା ଶେଷରେ ଶନିବାର ଏହାର ଫଳାଫଳ ଘୋଷଣା ହୋଇଛି। ତେବେ ସୁନୀତା ସେଠୀ ଚଳିତ ନିର୍ବାଚନରେ ବ୍ଳକ ଅଧ୍ୟକ୍ଷା ରୂପେ ପ୍ରଥମ ଥର ପାଇଁ ଅପ୍ରତିଦ୍ଵନ୍ଦୀ ଭାବେ ନିର୍ବାଚିତ ହୋଇଥିବା ଜଣାପଡିଛି । ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ୨୫ ଗୋଟି ପଞ୍ଚାୟତରେ ନିର୍ବାଚନ ପ୍ରକ୍ରିୟା ପ୍ରଥମ ପର୍ଯ୍ୟାୟରେ ମତଦାନ ହୋଇଥିଲା । ତେବେ ଗୋକର୍ଣ୍ଣପୁର ପଞ୍ଚାୟତ ପାଇଁ ସମିତି ସଭ୍ୟା ପ୍ରାର୍ଥୀନୀ ଭାବେ ନିର୍ବାଚିତ ହୋଇଥିଲେ। ସମସ୍ତ ପଞ୍ଚାୟତର ନିର୍ବାଚନ ମତଦାନ ପରେ ୨୫ ଜଣ ନିର୍ବାଚିତ ସମିତି ସଭ୍ୟମାନେ ଦୀର୍ଘ ୧୦ ଦିନ ଧରି ଅଜ୍ଞାତବାସରେ ରହି ଆସୁଥିଲେ । ଆଜି ବ୍ଲକ ଅଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନ ରହିଥିବା ବେଳେ ସକାଳୁ ସମସ୍ତ ସମିତି ସଭ୍ୟ ମାନେ କୁରେଇଶୁଣି ମନ୍ଦିର ପରିସରରୁ ଆସି ବିରାଟ ବାଇକ ଶୋଭାଯାତ୍ରାରେ ଆସି ବ୍ଳକ ସମ୍ମିଳନୀରେ ପହଞ୍ଚିଥିଲେ । ଏହି ପରିପ୍ରେକ୍ଷୀରେ ଚିକିଟି ବିଡ଼ିଓ ତଥା ଦିଗପହଣ୍ଡି ବ୍ଲକ ନିର୍ବାଚନ ଅଧିକାରୀ ଫାଲଗୁନୀ ମାଝୀ , ତହସିଲଦାର ସିପକ କୁମାର ପାତ୍ର , ବ୍ଳକ ସହକାରୀ ଯନ୍ତ୍ରୀ ଇଂ. ସୁଶାନ୍ତ ପଟ୍ଟନାୟକ , ଜିପିଓ ଉମେଶ ସେଠୀଙ୍କ ଉପସ୍ଥିତିରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ତେବେ ବିଜେଡି ସମର୍ଥିତ ପ୍ରାର୍ଥୀ ସୁନୀତାଙ୍କ କୈାଣସି ପ୍ରତିଦ୍ବନ୍ଦୀ ରହିନଥବା ଯୋଗୁଁ ତାଙ୍କୁ ଅପ୍ରତିଦ୍ଵନ୍ଦୀ ଭାବେ ଆଗାମୀ ପାଞ୍ଚବର୍ଷ ନିମନ୍ତେ ବ୍ଳକର ଅଧ୍ୟକ୍ଷା ରୂପେ ନିର୍ବାଚିତ ଘୋଷିତ କରାଯାଇଥିବା ନିର୍ବାଚନ ଅଧିକାରୀ ଶ୍ରୀ ମାଝୀ ସୂଚନା ଦେଇଛନ୍ତି । ତେବେ ସୁନୀତାଙ୍କୁ ବିଜୟୀ ଘୋଷିତ ପରେ ଅନ୍ୟ ୨୪ ଜଣ ସମିତି ସଭ୍ୟ/ ସଭ୍ୟା ସମେତ ବହୁ ଦଳୀୟ କର୍ମୀମାନେ ପୁଷ୍ପମାଲ୍ୟ ଦେଇ ସ୍ୱାଗତ ଜଣାଇଥିବା ବେଳେ ଗୋକର୍ଣ୍ଣପୁର ଗ୍ରାମରେ ଏକପ୍ରକାର ଖୁସିର ଲହରୀ ଖେଳିଯାଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ