ଅବକାରୀ ଅଧିକାରୀ କୀଶୋର ରଥ ସ୍ୱର୍ଣ୍ଣ ପଦକ ହାସଲ କଲେ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) -ଗଜପତି ଜିଲ୍ଲାର ଅବକାରୀ ଅଧିକାରୀ କୀଶୋର ଚନ୍ଦ୍ର ରଥ ଜାତୀୟ ମାଷ୍ଟର୍ସ ଆଥେଲେଟିକ୍ ଚମ୍ପିଆନସିପ୍ରେ ସ୍ୱର୍ଣ୍ଣ ପଦକ ହାସଲ କରି ଗଜପତି ଜିଲ୍ଲା ସମେତ ସମଗ୍ର ଓଡିଶା ପାଇଁ ଗୌରବର କାରଣ ହୋଇପାରିଛନ୍ତି । ଚଳିତ ବର୍ଷ ନଭେମ୍ବର ମାସରେ ମହାରାଷ୍ଟ୍ରର ନାସିକ ଠାରେ ଆୟୋଜିତ ଜାତୀୟ ମାଷ୍ଟର୍ସ ଆଥେଲେଟିକ୍ ଚମ୍ପିଆନସିପ୍ରେ ଗଜପତି ଜିଲ୍ଲାର ଅବକାରୀ ଏଏସ୍ଆଇ କିଶୋର ରଥ ପ୍ରତିଯୋଗୀତାରେ ଭଗ ନେଇଥିଲେ । ଏଥି ପୁର୍ବରୁ ଶ୍ରୀରଥ ଏଭଳି ଜାତୀୟ ପ୍ରତିଯୋଗୀତାରେ ଭଗ ନେଇ ପୁରସ୍କୃତ ହୋଇଥିଲେ । ଚଳିତ ଥର ପୁଣି କୃତୀତ୍ୱ ହାସଲ କରିଛନ୍ତି । ଜାତୀୟ ମାଷ୍ଟର୍ସ ଆଥେଲେଟିକ୍ ଚମ୍ପିଆନସିପ୍ରେ କିଶୋର ରଥ ସ୍ୱର୍ଣ୍ଣପଦକ ହାସଲ କରି ଏହି କୃତୀତ୍ୱ ହାସଲ କରିଛନ୍ତି । ଶ୍ରୀ ରଥ ଟ୍ରିପଲ ଜମ୍ପରେ ପ୍ରଥମ ସ୍ଥାନ ହାସଲ କରି ଭାରତ ପାଇଁ ଏସିଆନ ମାଷ୍ଟର ଏଥେଲେଟିକ୍ସରେ ଯୋଗ୍ୟତା ହାସଲ କରିଛନ୍ତି । ଏହା ସହ ଗତ ନଭେମ୍ବର ୨୭ ଠାରୁ ୩୦ ପର୍ଯ୍ୟନ୍ତ ଉତ୍ତର ପ୍ରଦେଶ ରାଜ୍ୟର ବାରାଣାସୀଠାରେ ଆୟୋଜିତ ନ୍ୟାସନାଲ ମାଷ୍ଟର ଏଥେଲେଟିକ୍ସରେ ଯୋଗ ଦେଇ ଆଉ ଗୋଟିଏ ବ୍ରଞ୍ଜ ପଦକ ପାଇଛନ୍ତି । ଏହି ସବୁ ଯୋଗ୍ୟତା ଭିତ୍ତିରେ ସେ ଇଣ୍ଟରନ୍ୟାସନ୍ୟାଲ ମାଷ୍ଟର ଏଥେଲେଟିକ୍ସ ଚମ୍ପିଆନସିପ୍ରେ ଯୋଗ୍ୟତା ହାସଲ କରି ଭାରତ ପକ୍ଷରୁ ଜାପାନ ଦେଶର ଟୋକିୟୋ ଠାରେ ଆଗାମୀ ଦିନରେ ଯୋଗଦେବା ସ୍ଥିର ହୋଇଛି । ଏହି ପ୍ରତିଯୋଗୀତାରେ ଓଡିଶା ରାଜ୍ୟ ପକ୍ଷରୁ ୧୬ଜଣ ଭାଗ ନେଇଥିଲେ । ଶ୍ରୀରଥଙ୍କ ଏହି ସ୍ୱର୍ଣ୍ଣ ପଦକ ହାସଲ ନେଇ ସାରା ଜିଲ୍ଲାରେ ତାଙ୍କୁ ଅଭିନନ୍ଦନର ସୁଅ ଛୁଟିଛି ।


