ଦିବ୍ୟାଙ୍ଗ ମାନେ ଅନ୍ୟ ମାନଙ୍କ ଠାରୁ କମ୍ ନୁହଁନ୍ତି

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସହରସ୍ଥ ଗାନ୍ଧୀମେମୋରିଆଲ ସ୍କୁଲ ପରିସରରେ ନିୟତୀ ମାନସିକ ଅନଗ୍ରସର ବିଦ୍ୟାଳୟ ( ଦିବ୍ୟଙ୍ଗ) ସ୍କୁଲ ପକ୍ଷରୁ ବିଶ୍ୱ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଏକ ସଚେତନତା ଶିବିର ଓ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ରୂପେ ସ୍ମାର୍ଟ ସ୍କୁଲ ର ପ୍ରତିଷ୍ଠାତା ଶ୍ରୀମତୀ ସ୍ୱାଗତିକା ମିଶ୍ର, ସ୍ଵତନ୍ତ୍ର ଅତିଥି ଭାବେ ସି ସି ଡି ର ପ୍ରତିଷ୍ଠାତା ଏବଂ ସମ୍ପାଦକ ଏ.ଜଗନ୍ନାଥ ରାଜୁ ଯୋଗଦେଇ ମାନସିକ ସୁସ୍ଥ ରହିବାକୁ ହେଲେ କିଭଳି ଆମକୁ ସଜାଗ ରହିବାକୁ ହେବ ଏବଂ ସେହିପିଲାଙ୍କୁଆ ଏବଂ ବ୍ୟକ୍ତିମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାପାଇଁ ସମାଜର ପ୍ରତିଟିବର୍ଗର ଲୋକଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ ହେବାକୁ ଆହ୍ୱାନ କରୁଥିଲେ।ସମର୍ଥର ସମ୍ପାଦକ ସନ୍ତୋଷ ମହାରଣା ସରକାରଙ୍କ ବିଭିନ୍ନ ହିତକର ଯୋଜନା ସମ୍ପର୍କରେ ବୁଝାଇଥିଲେ । ଭିନ୍ନକ୍ଷମ ହେଲେ ହେଁ ପ୍ରତ୍ୟେକ ନାଗରିକଙ୍କ ମୌଳିକ ଅଧିକାରକୁ ଗୁରୁତ୍ୱ ଦେବାପାଇଁ ଆଜିର ମୁଖ୍ୟ ଅତିଥି ଶ୍ରୀମତୀ ସ୍ୱାଗତିକା ମିଶ୍ର ଗୁରୁତ୍ୱରୋପ କରିଥିଲେ । ଅତିଥି ସିସିଡି ର ମୁଖ୍ୟ ଜଗନ୍ନାଥ ରାଜୁ ବିଭିନ୍ନ ସରକାରୀ ଯୋଜନା ଓ ଭିନ୍ନକ୍ଷମ ପାଇଁ ରହିଥିବା ବିଭିନ୍ନ ମାଗଣା ଆଇନ ସେବା ସମ୍ପର୍କରେ ଆଲୋଚନା କରିଥିଲେ । ଡାକ୍ତର ଅରୁଣ ନାୟକ phijiotheropist ଯୋଗଦେଇ ଭିନ୍ନକ୍ଷମଙ୍କ ପାଇଁ ରହିଥିବା ସରକାରଙ୍କ ବିଭିନ୍ନ ନିୟମ ଓ ଏହାର କାର୍ଯ୍ୟକାରିତା ଉପରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ବହୁ ଦିବ୍ୟଙ୍ଗ ଛାତ୍ର ଛାତ୍ରୀ ଉପସ୍ଥିତ ରହିଥିଲେ । ନିୟତୀ ସ୍କୁଲ ର ପ୍ରତିଷ୍ଠାତା ବିଚିତ୍ରାନନ୍ଦ ବେବର୍ତ୍ତା ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏସ୍ ତିରୁପତି ବିଶ୍ୱ ଭିନ୍ନକ୍ଷମ ଦିବସ ପାଳିତ ର ତାତ୍ପର୍ଯ୍ୟ ବୁଝାଇଥିଲେ । ଏହି ଅବସରରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା । ଶ୍ରୀ ବେବର୍ତ୍ତା ମାନସିକ ସୁସ୍ଥ ରହିବାକୁ ହେଲେ କିଭଳି ଆମକୁ ସଜାଗ ରହିବାକୁ ହେବ ସେ ବିଷୟରେ ବୁଝାଇଥିଲେ । ଭିନ୍ନକ୍ଷମ ହେଲେ ହେଁ ପ୍ରତ୍ୟେକ ନାଗରିକଙ୍କ ମୌଳିକ ଅଧିକାରକୁ ଗୁରୁତ୍ୱ ଦେବାପାଇଁ ସେ ଗୁରୁତ୍ବାରୋପ କରିଥିଲେ । ସମ୍ମାନିତ ଅତିଥି ଭାବେ ସିସିଡି ର ମୁଖ୍ୟ ଜଗନ୍ନାଥ ରାଜୁ ବିଭିନ୍ନ ସରକାରୀ ଯୋଜନା ଓ ଭିନ୍ନକ୍ଷମ ପାଇଁ ରହିଥିବା ବିଭିନ୍ନ ମାଗଣା ଆଇନ ସେବା ସମ୍ପର୍କରେ ଆଲୋଚନା କରିଥିଲେ । ଯୋଗଦେଇ ଭିନ୍ନକ୍ଷମଙ୍କ ପାଇଁ ରହିଥିବା ସରକାରଙ୍କ ବିଭିନ୍ନ ନିୟମ ଓ ଏହାର କାର୍ଯ୍ୟକାରିତା ଉପରେ ଆଲୋକପାତ କରିଥିଲେ ।ଏହି କାର୍ଯ୍ୟକ୍ରମ ରେ ବହୁ ଦିବ୍ୟଙ୍ଗ ଛାତ୍ର ଛାତ୍ରୀ ଉପସ୍ଥିତ ରହିଥିଲେ। ନିୟତୀ ସ୍କୁଲ ର ସେପ୍ରତିଷ୍ଠାତା ବିଚିତ୍ରାନନ୍ଦ ବେବର୍ତା ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ । ଶେଷରେ ଶିକ୍ଷୟତ୍ରୀ ସଂଗୀତା ପାତ୍ର ଧନ୍ୟବାଦ ଦେଇଥିଲେ । ଶେଷରେ ତାନିଶା ବେବର୍ତ୍ତ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ । ରୁପାଞ୍ଜଳି ମହାନ୍ତି, ସୁନିଲ ଗମାଙ୍ଗ, ସୁନିତ ଗମଙ୍ଗ, କୁମାରୀ, ସେହଲତା ପାଣିଗ୍ରାହୀ, ଯ୍ୟୋଚ୍ନାଦାକୁଆ ଶାଶ୍ଵତୀ ବେବର୍ତ୍ତା ମୁରଲୀ ନିତ୍ୟାନନ୍ଦ ପ୍ରଭୃତି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ