ଅବସରପ୍ରାପ୍ତ ମୁଖ୍ୟ କିରାଣିଙ୍କ ବିୟୋଗରେ ଶୋକସଭା
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ଏନଏସିର ଅବସରପ୍ରାପ୍ତ ମୂଖ୍ଯ କିରାଣି କାଶୀନାଥ ଗୌଡଙ୍କ ମଙ୍ଗଳବାର ଭୋର ରେ ରାଣିସାହି ସ୍ଥିତ ବାସଭବନରେ ପରଲୋକ ଘଟିଛି।ସେ ଗତ କିଛି ଦିନ ଧରି ଅସୁସ୍ଥ ଥିଲେ।ମଙ୍ଗଳବାର ସକାଳେ ସହରର ବହୁ ମାନ୍ଯଗଣ୍ଯ ବ୍ଯକ୍ତି ତାଙ୍କ ବାସଭବନରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପରେ ମୃତଦେହକୁ ଶ୍ମଶାନକୁ ନିଆଯାଇ ଅନ୍ତିମ ସତ୍କାର କରାଯାଇଥିଲା।ମଧ୍ଯାହ୍ନରେ ସ୍ଥାନୀୟ ଏନ୍ଏସି କର୍ମଚାରୀଙ୍କ ପକ୍ଷରୁ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି।ଏନ୍ଏସି ଅଧ୍ଯକ୍ଷ ପ୍ରଫୁଲ୍ଲ ପଣ୍ଡା ଏଥିରେ ଅଧ୍ଯକ୍ଷତା କରିଥିଲେ।ସ୍ବର୍ଗତ ଗୌଡଙ୍କ କାର୍ଯ୍ୟ ଦକ୍ଷତା, ମେଳାପୀ ସ୍ବଭାବ ଏବଂ ପରୋପକାରୀ ଗୁଣ ଉପରେ ଅଧ୍ଯକ୍ଷ ସ୍ମୃତି ଚାରଣ କରିବା ସହ ସମାଜ ଜଣେ ଭଲ ଲୋକଙ୍କୁ ହରାଇଲା ବୋଲି କହିଥିଲେ।ଏଥିରେ ଏନ୍ ଏ ସି କର୍ମଚାରୀ ରାଜକିଶୋର ରଥ, ଶଶିଭୂଷଣ ଦତ୍ତ, ହରିକୃଷ୍ଣ ସାହୁ, ଦୁର୍ଗା ପ୍ରଧାନ, ବାଳକୃଷ୍ଣ ପାଣିଗ୍ରାହୀ, ସତ୍ଯ ନାରାୟଣ ଦାଶ, ଇଂ. ମମତା ପଣ୍ଡା, ପବିତ୍ରା ନାୟକ ପ୍ରମୁଖ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।


