ହତ୍ୟାଉଦ୍ୟମ ମାମଲାରେ ସାକ୍ଷୀ ଥିବା ପୂର୍ବତନ ସରପଞ୍ଚ ଙ୍କୁ ହତ୍ୟା ଉଦ୍ୟମ
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦୁର୍ବୃତ୍ତ ଙ୍କ ଖଣ୍ଡା ଚୋଟ ରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ଗ୍ରାମର ପୂର୍ବତନ ସରପଞ୍ଚ ଚାଞ୍ଚଡା ପଲ୍ଲୀ ଗ୍ରାମର ପ୍ରଶାନ୍ତ କୁମାର ସ୍ବାଇଁ ଓରଫ କାଳିଆ ଆହାତ ହୋଇଥିବା ଜଣାପଡିଛି। ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢ଼େ ୨ ଟାରେ ପ୍ରଶାନ୍ତ ଭୋଜି ଖାଇ ଫେରୁଥିବା ବେଳେ ଗାଁ ନିକଟରେ ଦୁର୍ବୃତ୍ତ ଜଣକ ତାଙ୍କୁ ଖଣ୍ଡା ରେ ଆକ୍ରମଣ କରିଥିଲେ।ତାଙ୍କ ୨ ହାତ ଓ ଶରୀର ର ବିଭିନ୍ନ ଅଂଶ ରେ ଆଘାତ ଲାଗିଛି। ସେ ବ୍ରହ୍ମପୁର ବଡ଼ ଡାକ୍ତରଖାନା ରେ ପ୍ରାଥମିକ ଚିକିତ୍ସା ପରେ ଦିଗପହଣ୍ଡି ଥାନାରେ ପହଞ୍ଚି ଏତଲା ଦେଇଛନ୍ତି। ଏତଲାକୁ ଭିତ୍ତି କରି ଅଭିଯୁକ୍ତ ଙ୍କ ବିରୋଧରେ ମକଦ୍ଦମା ରୁଜୁ କରି ପୋଲିସ ତଦନ୍ତ ଚଳାଇଛନ୍ତି।ଅଭିଯୁକ୍ତ ଙ୍କୁ ଚିହ୍ନଟ କରାଯାଇଛି।ଖୁବ ଶୀଘ୍ର ତାଙ୍କୁ ଗିରଫ କରାଯିବ ବୋଲି ଦିଗପହଣ୍ଡି ଥାନା ଆଇ ଆଇ ସି ଦୀପ୍ତି ରଞ୍ଜନ ବେହେରା କହିଛନ୍ତି।ଦିଗପହଣ୍ଡି ଅଞ୍ଚଳ ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି। ଦୁବୃର୍ତ୍ତ ମାନେ ଖୁଲମ ଖୁଲା ଭାବେ ବିଭିନ୍ନ ସମୟରେ ରାଜନୈତିକ କିମ୍ବା ପୂର୍ବ ଶତ୍ରୁତାକୁ ନେଇ ତାଙ୍କ ପ୍ରତିପକ୍ଷ ଲୋକଙ୍କୁ ଆକ୍ରମଣ କରୁଥିବା ରୁ ପୋଲିସ ପାଇଁ ଏହା ଏକ ପ୍ରକାର ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଏକ ହତ୍ୟା ଉଦ୍ୟମ ମାମଲାରେ ସାକ୍ଷୀ ରହିଥିବା ପୂର୍ବତନ ସରପଞ୍ଚ ଙ୍କୁ ଆକ୍ରମଣ କାରୀ ମାନେ ପୂର୍ବରୁ ବହୁବାର ଧମକ ଚମକ ଦେଇ ଆସୁଥିଲେ।ଧମକ କୁ ଖାତିର ନକରିବାରୁ ପୂର୍ବ ଯୋଜନା ପ୍ରକାରେ ପୂର୍ବତନ ସରପଞ୍ଚ ଙ୍କୁ ହତ୍ୟା ଉଦ୍ୟମ କରାଯାଇଥିବା ପୋଲିସର ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି। ପୋଲିସ ଟିମ୍ ଘଟଣାସ୍ଥଳ ରେ ପହଞ୍ଚି ସବିଶେଷ ତଦନ୍ତ କରି ଫେରିଥିବା ଜଣାପଡିଛି।


