ଅବ୍ୟବସ୍ଥା ଘେରରେ କାଶୀନଗର ବ୍ଲକର ପ୍ରାଥମିକ ଶିକ୍ଷାକ୍ଷେତ୍ର
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲାର କାଶୀନଗର ବ୍ଲକରେ ପ୍ରାଥମିକ ଶିକ୍ଷାକ୍ଷେତ୍ର ଦୁର୍ନୀତି ଓ ଅବ୍ୟବସ୍ଥା ଘେରରେ ବୁଡି ରହିଥିବା ଅଭିଯୋଗ ହୋଇଛି । ଅଲଡା ପଞ୍ଚାୟତର ସରପଞ୍ଚ ବାସନ୍ତୀ ଶବର ଓ ସମିତସଭ୍ୟା ନଳିନୀ ପ୍ରଭା ମହାଙ୍କୁଡ ଏକ ସ୍ମାରକପତ୍ର ଜରିଆରେ ଗଜପତି ଜିଲ୍ଲାପାଳଙ୍କୁ ଏ ବିଷୟରେ ଆବଗତ କରାଇଛନ୍ତି । ସେମାନଙ୍କ ଅଭିଯୋଗ ଅନଯାୟୀ ୨୫ରୁ କମ୍ ପିଲା ଥିବା କେତେକ ବିଦ୍ୟାଳୟରେ ଆବଶ୍ୟକତା ଠାରୁ ଅଧିକ ଶିକ୍ଷକ ଥିବାବେଳ୍ ୧୫୦ରୁ ୨୦୦ ପିଲା ପଢୁଥିବା ଛାତ୍ରଛାତ୍ରୀମାନେ କୁଆଡେ ଯିବେ ବୋଲି ପ୍ରଶ୍ନ ଉଠିଛି । ଆଦିବାସୀ ବହୁଳ ଗ୍ରାମାଞ୍ଚଳରେ ଥିବା ବିଦ୍ୟାଳୟଗୁଡିକ ପ୍ରିତ ଦୃଷ୍ଟି ଦିଆଯାଉ ନାହିଁ । ଉଲଭଦ୍ରା ଓ ଅଲଡା ବିଦ୍ୟାଳୟ ଏହାର ଉଦାହରଣ । ସେମାନେ ବି ଅଭିଯୋଗ କରିଛନ୍ତି ଯେ ଦୁର୍ନିୀତିଗ୍ରସ୍ତ କେତେକ ଶିକ୍ଷାଧିକାରୀଙ୍କ ଏହା ପଛରେ ହାତ ରହିଛି । ସେମାନେ ଅର୍ଥ ଲାଳସାରେ ଜାଣି ଶୁଣି ଗରିବ ଆଦିବାସୀ ପିଲାଙ୍କ ଭବିଷ୍ୟତ ନଷ୍ଟ କରିଛନ୍ତି । ଶିକ୍ଷା ବିଭୀଗୀୟ ଅଧିକାରୀଙ୍କ ଦୁର୍ନିତୀ ଓ ଉଦାସୀନତା ଯୋଗୁଁ ସ୍ଥାନିୟ ଲୋକ ପ୍ରତିନିଧିମାନଙ୍କୁ ଜନରୋଷର ଶିକାର ହେବାକୁ ପଡୁଛି । ଏଣିକି କିନ୍ତୁ ଏଭଳି କାର୍ଯ୍ୟକଳାପକୁ ଆଉ ବରଦାସ୍ତ କରାଯିବ ନାହିଁ ବୋଲି ସେମାନେ ଗଣମାଧ୍ୟମକୁ ଜଣାଇଛନ୍ତି ।


