ଅଭିମନ୍ୟୁ ସାମନ୍ତସିଂହାରଙ୍କ ୨୬୧ତମ ଜୟନ୍ତୀ ଅନୁଷ୍ଠିତ

ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ) : ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ଆନୁକୂଲ୍ୟରେ ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତସିଂହାରଙ୍କ ୨୬୧ତମ ଜୟନ୍ତୀ ତାଙ୍କ ପ୍ରତିମୂର୍ତି ସ୍ଥଳରେ ବରିଷ୍ଠ ସାମ୍ବାଦିକ ତଥା ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସ୍ମୃତି ଚାରଣ କରି ଅତିଥି ମାନେ ମତବ୍ୟକ୍ତ କରିଥିଲେ ଯେ, କବି ଅଭିମନ୍ୟୁ ସାମନ୍ତସିଂହାର ଥିଲେ ଉତ୍କଳ ତଥା ବାଲିଆମାଟିର ଜଣେ ସୁଯୋଗ୍ୟହସନ୍ତାନ ଓ ସାରସ୍ୱତ ସାଧକ । ଅଭିମନ୍ୟୁ ସଂସ୍କୃତିର ଆଜୀବନ ସମର୍ପିତ ଓଡ଼ିଆ ଭାଷା ସାହିତ୍ୟ ପ୍ରାଣ ସମ୍ମାନାଷ୍ପଦ ଗୋବିନ୍ଦ ଚନ୍ଦ୍ର ମାହୁନ୍ତଙ୍କୁ ତାଙ୍କର ଜନ୍ମଦିନର ଶୁଭାବସରରେ ଶୁଭାଭିନନ୍ଦନ ସହ ଅଭିମନ୍ୟୁ ସାମନ୍ତସିଂହାର ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇ ତାଙ୍କର ଦୀର୍ଘ ନିରାମୟ ତଥା ଶତାୟୁ ଜୀବନ କାମନା କରାଯାଇଥିଲା । ଏଥିରେ ପ୍ରାକ୍ତନ ଅର୍ଥମନ୍ତ୍ରୀ ପଂଚାନନ କାନୁନ୍‌ଗୋ, ସଂଯୋଜକ ନାରାୟଣ ଓଝା, ଓଡ଼ିଶା ନାଗରିକ ମହାମଂଚର ସାଧାରଣ ସଂପାଦକ ପ୍ରଦୀପ କୁମାର ବିଶ୍ୱାଳ, ଅଭିମନ୍ୟୁ ସାମନ୍ତସିଂହାର ସ୍ମୃତି ସଂସଦର ସଂପାଦକ ଖତୁ ଚରଣ ବିଶ୍ୱାଳ, ରାଜଧାନୀ ବୌଦ୍ଧିକ ସମାବେଶ ସଭାପତି କମଳ ଲୋଚନ ବିଶ୍ୱାଳ, ଉପ ସଭାପତି ସୌଭାଗ୍ୟ ମହାନ୍ତି, ସଂପାଦକ ରାହୁଲ କୁମାର, ଆବାହକ ଅଗ୍ନିବେଶ, ସଂଜୀବ ପଣ୍ଡା, ମାଧବ ମିଶ୍ର, ରୋହିତ କୁମାର, ତନ୍ମୟ ସାମନ୍ତରାୟ, ଦିଲ୍ଲୀପ କୁମାର ଜେନା, ବିଧାୟକ ରମେଶ ଚନ୍ଦ୍ର ସାଏ, ପୂର୍ଣ୍ଣଚନ୍ଦ୍ର ଜେନା, ଲକ୍ଷ୍ମୀଧର ବେହେରା, ଡଃ ଅସୀତ ଦାସ, ପାଲା ଗାୟକ ସୁରେନ୍ଦ୍ର ଛୋଟ୍ଟରାୟ ପ୍ରମୁଖ ଯୋଗଦେଇଥିଲେ ବୋଲି ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ