ପାରାଦୀପ ନିକଟରୁ ବ୍ରାଉନ ସୁଗାର ସହ ବ୍ୟବସାୟୀ ଗିରଫ
ପାରାଦୀପ, (ପୀତବାସ ପ୍ରଧାନ) : ଉପକଣ୍ଠ ଭୁତମୁଣ୍ଡାଇ ପୋଲ ନିକଟରୁ ଜଣେ ବ୍ରାଉନ ସୁଗାର ବ୍ୟବସାୟୀକୁ ଗିରଫ କରିଛି ପାରାଦୀପ ଅବକାରୀ ବିଭାଗ । ଗିରଫ ବ୍ୟବସାୟୀ ଜଣଙ୍କ ହେଲେ ଭୁତମୁଣ୍ଡାଇ ଗ୍ରାମର ପ୍ରମୋଦ ମଲ୍ଲିକ । ତା ନିକଟରୁ ୧୦ଗ୍ରାମ ବ୍ରାଉନ ସୁଗାର ସହିତ ୫ହଜାର ଟଙ୍କା ମଧ୍ୟ ଜବତ କରାଯାଇଛି । ଜବତ୍ ବ୍ରାଉନ ସୁଗାରର ମୂଲ୍ୟ ୧ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ପ୍ରକାଶ କରାଯାଇଛି । ଆସାମୀ ପ୍ରମୋଦକୁ କୋର୍ଟ ଚାଲାଣ କରାଯାଇ ଅଧିକ ତଦନ୍ତ ଜାରୀ ରଖିଛି ଅବକାରୀ ବିଭାଗ ।


