ଅମୂଲ୍ୟ ପ୍ରତିଭା ପୁରସ୍କାର ବିତରଣ ଉତ୍ସବ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ପବିତ୍ର ଶିଶୁ ଦିବସ ଅବସରରେ ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ସ୍ଥିତ ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅମୂଲ୍ୟ ସ୍ମାରକୀ ଭବନ ଉଦ୍ଘାଟନ ହେବା ସହିତ ପୁରାତନ ଛାତ୍ର ସଂଗଠନ ତରଫରୁ ଗତ ଉତ୍କଳ ଦିବସ ଅବସରରେ ଅନୁଷ୍ଠିତ ଅମୂଲ୍ୟ ପ୍ରତିଭା ଅନ୍ୱେଷଣ-୨୦୨୧ କାର୍ଯ୍ୟକ୍ରମର ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଆଜି କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ମୁଖ୍ୟ ଅତିଥି ଭାବେ ସୋରଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଯୋଗ ଦେଇଥିବା ବେଳେ ଆସିକା ସାଂସଦ ପ୍ରମିଳା ବିଷୋୟୀ ଉଦ୍ଘାଟିକା ଭାବେ ଯୋଗଦେଇ ଅମୂଲ୍ୟ ସ୍ମାରକୀ ଭବନକୁ ଉଦ୍‌ଘାଟନ କରିଥିଲେ I କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟରେ ମହାବିଦ୍ୟାଳୟ ଅଧ୍ୟକ୍ଷ ବି ଗୋବିନ୍ଦ ରାଓଙ୍କ ସଭାପତିତ୍ଵରେ ଅମୂଲ୍ୟ ପ୍ରତିଭା ଅନ୍ୱେଷଣ-୨୦୨୧ ର ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା I ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ମାନ୍ୟବର ବିଧାୟକ ଶ୍ରୀ ସ୍ୱାଇଁ ଏବଂ ଉଦ୍ଘାଟିକା ମାନନୀୟା ସାଂସଦ ଶ୍ରୀମତୀ ବିଷୋୟୀଙ୍କ ସମେତ ସମ୍ମାନୀତ ଅତିଥି ଭାବେ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶୂଳପାଣି ଶତପଥୀ,ପ୍ରାକ୍ତନ ସମିତି ଅଧ୍ୟକ୍ଷ ପ୍ରଶାନ୍ତ ନାୟକ, ଶିକ୍ଷାବିତ୍ କୁଞ୍ଜବିହାରୀ ନାୟକ ପ୍ରମୁଖ ମଞ୍ଚାସୀନ ରହି ପ୍ରାକ୍ତନ ଅଧ୍ୟକ୍ଷ ଅମୂଲ୍ୟ ଦାସଙ୍କ ସ୍ମୃତି ଚାରଣ କରିବା ସହିତ ମହାବିଦ୍ୟାଳୟର ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ I ଏହି ଅବସରରେ ଉପସ୍ଥିତ ଅତିଥି ମାନେ ଉତ୍କଳ ଦିବସରେ ଅନୁଷ୍ଠିତ ସଙ୍ଗୀତ,ବକ୍ତୃତା ଏବଂ ତର୍କ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଅମୂଲ୍ୟ ପ୍ରତିଭା ଚିନ୍ମୟ ପ୍ରସାଦ ପରିଡ଼ା, ଶୁଭଶ୍ରୀ ମହନ୍ତ, ଆଦର୍ଶ ସ୍ଵାଇଁ, ଆରତୀ ନାଇକ, ଶୁଭାଶିଷ ମହାନ୍ତି, ଜ୍ୟୋତିରାଣୀ ଗୌଡ଼,କାର୍ତ୍ତିକେଶ୍ୱର ନାହାକ, ଗୁଣାମ୍ବରୀ ଲେଙ୍କା, ଶିବ ପ୍ରସାଦ ଦାସ ଏବଂ ପ୍ରକୃତି ମହାନ୍ତିଙ୍କୁ ପୁଷ୍ପଗୁଚ୍ଛ, ପ୍ରଶଂସା ପତ୍ର ଏବଂ ଟ୍ରଫି ଦେଇ ପୁରସ୍କୃତ କରିଥିଲେ I ପୁରାତନ ଛାତ୍ର ସଂଗଠନ ସଭାପତି ଗୋରାଚାନ୍ଦ୍ ସ୍ୱାଇଁ ଅତିଥି ସ୍ୱାଗତ କରିଥିବା ବେଳେ କାର୍ଯ୍ୟକାରିଣୀ ସଦସ୍ୟ ଛାୟାକାନ୍ତ ମହାପାତ୍ର, ଉପସଭାପତି ଶିଶିର କୁମାର ସ୍ୱାଇଁ,ଆରତୀ ପାତ୍ର ତରଣୀସେନ ସେଠୀ,ଅଜୟ ସାହୁ,ମୁନେନ୍ଦ୍ର ପରିଡ଼ା,ଗୋପାଳ କୃଷ୍ଣ ସ୍ଵାଇଁ, କୋଷାଧ୍ୟକ୍ଷ ରାମଚନ୍ଦ୍ର ମହାନ୍ତି,ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ଼ଃ ରାଜେନ୍ଦ୍ର ଡାକୁଆ ପୁରସ୍କାର ବିତରଣ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ I ପୁରାତନ ଛାତ୍ର ସଂଗଠନ ସମ୍ପାଦକ ଦିବ୍ୟ ଲୋଚନ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ I ମହାବିଦ୍ୟାଳୟର ଅଧ୍ୟାପକ କୁମୁଦ ଚନ୍ଦ୍ର ମହାପାତ୍ର, ବିଷ୍ଣୁ ପ୍ରସାଦ ପଟ୍ଟନାୟକ, କପିଳ ସାହୁଙ୍କ ସମେତ ଅନ୍ୟାନ୍ୟ ଅଧ୍ୟାପକ,କର୍ମଚାରୀ ଏବଂ ଛାତ୍ରଛାତ୍ରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ I କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ବନ କର୍ମଚାରୀ ଅନୁପମ ବାନାର୍ଜୀ,ପୂର୍ବତନ ସରପଞ୍ଚ ସୀମାଞ୍ଚଳ ବିଷୋୟୀ,ରାମେଶ୍ୱର ପାତ୍ର,ସମିତି ସଭ୍ୟ ଦୁର୍ଗା ମାଧଵ ନାୟକ,ଗଣ ମାଧ୍ୟମ ପ୍ରତିନିଧି ବିଭୁପାଦ ଜେନା, ମାଧବ ଆପଟ, ରବିନ୍ଦ୍ର ପାତ୍ରଙ୍କ ସମେତ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ଅମୂଲ୍ୟ ପ୍ରତିଭା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ I କାର୍ଯ୍ୟକ୍ରମର ଅନ୍ତିମ ପର୍ଯ୍ୟାୟରେ ଅଧ୍ୟକ୍ଷ ଶ୍ରୀ ରାଓଙ୍କ ନେତୃତ୍ୱରେ ମହାବିଦ୍ୟାଳୟର ଅଧ୍ୟାପକ ଏବଂ ପୁରାତନ ଛାତ୍ର ସଂଗଠନ ସଦସ୍ୟମାନେ ସର୍ବଭାରତୀୟ ସ୍ତରରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିବା ଗାଙ୍ଗପୁର ଥାନାର ଥାନା ଅଧିକାରୀ ଧିରେଶ୍ କୁମାର ଦାଶଙ୍କୁ ପୁଷ୍ପଗୁଚ୍ଛ ଦେଇ ଥାନା ପରିସରରେ ଶୁଭେଚ୍ଛା ଜଣାଇଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ