ଗୁମ୍ମାରେ ବିଜେଡ଼ିର ମିଶ୍ରଣ ପର୍ବ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲାର ଗୁମ୍ମା ବ୍ଲକରେ ବିଜେଡିର ମିଶ୍ରଣ ପର୍ବରେ କଂଗ୍ରେସ ଦଳରୁ 21 ଜଣ ନେତା ଯୋଗ ଦେଇଛନ୍ତି. ଗଜପତିରେ ସୁଦୃଢ ହେଉଛି ବିଜୁ ଜନତା ଦଳ। ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଗୁମ୍ମା ବ୍ଲକରେ କଂଗ୍ରେସ ଛାଡ଼ି ବିଜେଡ଼ିରେ ସାମିଲ ହୋଇଛନ୍ତି କଂଗ୍ରେସ କ୍ୟାଡ଼ର। ମୂଖ୍ୟମନ୍ତ୍ରୀଙ୍କ ନିତି ଆଦର୍ଶ ଏବଂ ରାଜ୍ୟ ସରକାରଙ୍କ ବିକାଶ ମୂଳକ ପଦକ୍ଷେପରେ ଅନୁପ୍ରାଣିତ ହୋଇ ବିଜେଡ଼ି ପ୍ରତି ଆକ୍ରୁଷ୍ଟ ହେଉଛନ୍ତି ଲୋକେ। ଆଜି ଗୁମ୍ମା ବ୍ଲକ ବଡ କଳାକୋଟ, ତରଙ୍ଗଡା ଓ ଡୁମ୍ବାଡା ପଞ୍ଚାୟତର ୨୧ରୁ ଉର୍ଦ୍ଧ୍ବ ବରିଷ୍ଠ କଂଗ୍ରେସ କର୍ମୀମାନେ ବିଧିବଦ୍ଧ ଭାବେ କଂଗ୍ରେସ ଛାଡ଼ି ବିଜେଡ଼ିରେ ସାମିଲ ହୋଇଛନ୍ତି। ଏନେଇ ଆୟୋଜିତ ଏକ ମିଶ୍ରଣ ପର୍ବରେ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ ସଶିଭୂଷଣ ମହାନ୍ତି ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗାବରା ତିରୁପତି ରାଓ, ବ୍ଲକ ଅଧ୍ୟକ୍ଷା ସୁନେମୀ ଗମାଙ୍ଗ ଉପସ୍ଥିତ ରହି ସମସ୍ତ ଆଗନ୍ତୁକ କର୍ମୀମାନଙ୍କୁ ବିଜେଡ଼ିର ଉତ୍ତରୀୟ ପ୍ରଦାନ କରି ସ୍ବାଗତ କରିଛନ୍ତି। ତେବେ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନହିତକର ପଦକ୍ଷେପ ଓ ତାଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ବିଜୁ ଜନତା ଦଳରେ ଯୋଗ ଦେଇଥିବା କହିଛନ୍ତି ବିଜେଡ଼ିରେ ସାମିଲ ହୋଇଥିବା କର୍ମୀଗଣ। ଅପରପକ୍ଷରେ ପଞ୍ଚାୟତ ନିର୍ବାଚନରେ ଜିଲ୍ଲାରେ ବିଜେଡ଼ିକୁ ଅହେତୁକ ସମର୍ଥନ ମିଳିଛି ଏଥିସହିତ ମୂଖ୍ୟମନ୍ତ୍ରୀଙ୍କ ବହୁ ଜନ ହିତକାର ଯୋଜନା ତୃଣମୂଳ ସ୍ତରରେ ଲୋକଙ୍କ ନିକଟରେ ପହଞ୍ଚିଛି, ଯାହାକୁ ଦେଖି ଅନୁପ୍ରାଣିତ ହୋଇ ଦଳରେ ସାମିଲ ହେଉଛନ୍ତି ଲୋକେ ବୋଲି କହିଛନ୍ତି ପର୍ଯ୍ୟବେକ୍ଷକ ଓ ନେତୃବୃନ୍ଦ।


