ଅଲ୍ଟ୍ରା-କମ୍ପାକ୍ଟ ଷ୍ଟିମୁଲେଟରର ବଜାର ପ୍ରବେଶ

ଓମ୍ରୋନ୍ ହେଲଥ୍ କେୟାର ପକ୍ଷରୁ ମାଂସପେଶୀ ଯନ୍ତ୍ରଣାରୁ ମୁକ୍ତି ପାଇଁ ଅଲ୍ଟ୍ରା-କମ୍ପାକ୍ଟ ଇଲୋକ୍ଟ୍ରୋନିକ୍ସ୍ ନର୍ଭ ଷ୍ଟିମୁଲେଟରର ବଜାର ପ୍ରବେଶ କରାଯାଇଛି । ଏହା ନ୍ସକ୍ୟୁଟାନିୟସ୍ ଇଲେକ୍ଟ୍ରିକାଲ୍ ନର୍ଭ ଷ୍ଟିମୁଲେସନ ଜ୍ଞାନକୌଶଳ ଆଧାରରେ କାର୍ଯ୍ୟ କରି ଯନ୍ତ୍ରଣା ଉପଶମ କରିଥାଏ । ପାରମ୍ପରିକ ମସାଜର ବ୍ୟବହାର ଦ୍ୱାରା ରଗୋନୋମିକ୍ ଆଶଙ୍କା ରହିଥାଏ । ତେବେ ନର୍ଭ ଷ୍ଟିମୁଲେଟର ବ୍ୟବହାର ଦ୍ୱାରା ଉଭୟ ଆଂଟରିୟର ତଥା ପୋଷ୍ଟରିୟର ଅଙ୍ଗ ଯନ୍ତ୍ରଣା କ୍ଷେତ୍ରରେ ସୁଫଳ ମିଳିଥାଏ । ଏହା ସମସ୍ତ ପ୍ରକାର ଯନ୍ତ୍ରଣାରୁ ମୁକ୍ତି ପ୍ରଦାନ କରିବାକୁ ସକ୍ଷମ । ଏହା ମାଂସପେଶୀ, ଆଣ୍ଠୁଗଣ୍ଠି ଯନ୍ତ୍ରଣା, ମେରୁଦଣ୍ଡ ଯନ୍ତ୍ରଣା, ପାଦ ଯନ୍ତ୍ରଣା ଆଦିରୁ ମୁକ୍ତି ଦେବାକୁ ସକ୍ଷମ । ଏହାର ବ୍ୟବହାର ଦ୍ୱାରା ଯନ୍ତ୍ରଣା ସମ୍ପର୍କରେ ମସ୍ତିଷ୍କକୁ କୌଣସି ଖବର ଯାଇ ନ ଥାଏ । ଏହା ପ୍ରାକୃତିକ ଯନ୍ତ୍ରଣା ଉପଶମକାରୀ ଏଣ୍ଡ୍ରୋଫିନ୍ ହରମୋନ୍ କ୍ଷରଣକୁ ତ୍ୱରାନ୍ୱିତ କରିଥାଏ । ଫଳରେ ରକ୍ତ ସଚାଂଳନ  ବୃଦ୍ଧି ପାଇ ଯନ୍ତ୍ରଣା ଲାଘବ ହୋଇପାରିଥାଏ । ଏହାର ମୂଲ୍ୟ ୩୯୯୦ଟଙ୍କା ରହିଛି । ଏହା ୫ଟି ପ୍ରକାରରେ ଉପଲବ୍ଧ ହେଉଛି । ଏହି ଅବସରରେ ଓମ୍ରୋନ୍ ହେଲଥ୍ କେୟାର ଇଣ୍ଡିଆର ମାର୍କେଟିଙ୍ଗ୍ ଏବଂ ଅପରେଶନ୍ ମୁଖ୍ୟ ରୋହିତ୍ ସାଇନି କହିଲେ, ସମ୍ପ୍ରତି ପରିବର୍ତିତ ଜୀବନଶୈଳୀରେ ବିଭିନ୍ନ ପ୍ରକାର ଯନ୍ତ୍ରଣା ସୃଷ୍ଟି ହେଉଛି । ତେଣୁ ଏଭଳି ଯନ୍ତ୍ରଣାର ସଫଳ ନିରାକରଣ ପାଇଁ ଓମ୍ରୋନ୍ ପକ୍ଷରୁ ଏହି ନୂତନ ଯନ୍ତ୍ରଣା ଉପଶମକାରୀ ନର୍ଭ ଷ୍ଟିମୁଲେଟର ପ୍ରସ୍ତୁତ କରାଯାଇଛି । ଏହାଦ୍ୱାରା ଲୋକଙ୍କ ଜୀବନଶୈଳୀର ବିକାଶ ସମ୍ଭବ ହୋଇପାରିବ । ସୂଚନାଯୋଗ୍ୟ, ଓମ୍ରୋନ୍ ହେଲଥ୍ କେୟାର ୨୦୦୫ରେ ଏହାର କାରବାର ଆରମ୍ଭ କରିଥିଲା । ଏହା ରକ୍ତଚାପ ମନିଟରିଂ, ଶ୍ୱାସନଳୀ ସମ୍ପର୍କିତ ଥେରାପି, ମେଦବହୁଳତା, ଡିଜିଟାଲ ଥର୍ମୋମିଟର ତଥ ।ଯନ୍ତ୍ରଣା ଉପଶମକାରୀ ଡିଭାଇସ୍ ନିର୍ମାଣ କରିଥାଏ । ଏହାର ଭାରତ ସମେତ ପୃଥିବୀର ବିଭିନ୍ନ ରାଷ୍ଟ୍ରରେ ଏହାର କାରବାର ଜାରି ରଖିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ