କ୍ଷୁଦ୍ର ଚଳଚିତ୍ର ‘ଚୁଭନ’ ନିର୍ମିତ
ମରାଠି ଟେଲିଭିଜନର ପ୍ରସିଦ୍ଧ ନିର୍ଦ୍ଦେଶକ ସଚିନ ଗୋଖଲେ ଙ୍କ ଦ୍ୱାରା ନିର୍ମିତ ଓ ଶ୍ୱେତା ପ୍ରସାଦ ବସୁ ଙ୍କ ଅଭିନିତ କ୍ଷୁଦ୍ର ଚଳଚିତ୍ର ‘ଚୁଭନ’ ରୟାଲ ଷ୍ଟାଗ୍ ବ୍ୟାରେଲ୍ ସିଲେକ୍ଟ ଲାର୍ଜ ସର୍ଟ ଫିଲ୍ମ ପକ୍ଷରୁ ପ୍ରସ୍ତୁତ ହୋଇଛି । ମେଟ୍ରୋରେ ରହୁଥିବା ମଧ୍ୟବିତ ପରିବାରରେ କର୍ମଜୀବି ମହିଳାଙ୍କ ଦୈନଦିନ ଜୀବନ ଓ କାର୍ଯ୍ୟଭାର ଉପରେ ଏହି କ୍ଷୁଦ୍ର ଚଳଚିତ୍ର ଅଧାରିତ । ଏଥିରେ ମୁଖ୍ୟ ଚରିତ୍ରରେ ଶ୍ୱେତା ପ୍ରସାଦ ବସୁ ଅଭିନୟ କରିବା ବେଳେ ମେଘନା ଏକ ଯୁବତୀର ସଂଗ୍ରାମକୁ ନିଖୁଣ ଭାବରେ ଦର୍ଶାଇଛନ୍ତି ।ରୟାଲ ଷ୍ଟାଗ୍ ବ୍ୟାରେଲ୍ ସିଲେକ୍ଟ ଲାର୍ଜ ସର୍ଟ ଫିଲ୍ମସ କ୍ଷୁଦ୍ର ଚଳଚିତ୍ର ପ୍ରସ୍ତୁତ କରିବାର ଏକ ପ୍ରୁଖ ଭୁମିକା ନେଇ ଆସୁଛି । ଏହା କ୍ଷୁଦ୍ର ଫିଲ୍ମ ନିର୍ମାଣ ପାଇଁ ବିଭିନ୍ନ ପାନ୍ତରରେ ପ୍ରସିଦ୍ଧ ଗାଳ୍ପିକ ଓ ନିର୍ଦ୍ଦେଶକ ମାନଙ୍କ ସହ ଅନୁବନ୍ଧିତ ହୋଇଅଛି । ଏହା ଦ୍ୱାରା ପ୍ରସ୍ତୁତ କ୍ଷୁଦ୍ର ଚଳଚିତ୍ର ଦର୍ଶକ ମାନଙ୍କ ଦୃଷ୍ଟିଭଙ୍ଗୀରେ ଏକ ବୈପ୍ଳବିକ ପରିବର୍ତନ ଆଣିବାରେ ସଫଳ ହୋଇଛି । ଏହି କ୍ଷୁଦ୍ର ଚଳଚିତ୍ରର ଶୁଭାରମ୍ଭ ଉପରେ କାର୍ତିକ ମହିନ୍ଦ୍ରା, ଚିଫ୍ ମାର୍କେଟିଂ ଅଫିସର, ପରନଡ ରିକାର୍ଡ ଇଣ୍ଡିଆ ମନ୍ତବ୍ୟ ଦେଇ କହିଛନ୍ତି, “ଦର୍ଶକ ମାନଙ୍କ ଦ୍ୱାର ବହୁଳ ଭାବାରେ କ୍ଷୁଦ୍ର ଚଳଚିତ୍ର ଆଦୃତ ହେବା ଦ୍ୱାରା କ୍ଷୁଦ୍ର ଚଳଚିତ୍ର ଶିଳ୍ପର ଅଭିବୃଦ୍ଧି ଘଟିଛି । ରୟାଲ ଷ୍ଟାଗ୍ ବ୍ୟାରେଲ୍ ସିଲେକ୍ଟ ଲାର୍ଜ ସର୍ଟ ଫିଲ୍ମ ଏହି ପରିବର୍ତନକୁ ଆଗେଇ ନେବା ପାଇଁ କାର୍ଯ୍ୟକରିଆସୁଛି ।”


