ଅଳିଆ ପୋଡିଲେ ଲକ୍ଷେ ଟଙ୍କା ଫାଇନ୍
ନୂଆଦିଲ୍ଲୀ,(ଯୁଗାବ୍ଦ ନ୍ୟୁଜ୍): ଦିଲ୍ଲୀରେ ଭୟଙ୍କର ପ୍ରଦୂଷଣକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ସୋମବାର ଦିନ ନୂତନ ନିର୍ଦେଶନାମା ଜାରୀ କରିଛନ୍ତି । ଏଣିକି ଅଳିଆ ପୋଡିଲେ କିମ୍ବା ନିର୍ମାଣ କାର୍ଯ୍ୟକଲେ ସଂପୃକ୍ତ ବ୍ୟକ୍ତିଙ୍କୁ ୧ ଲକ୍ଷ ଟଙ୍କାର ଫାଇନ ଦେବାକୁ ପଡିବ । ନିର୍ମାଣ କାର୍ଯ୍ୟ ଓ ଜବରଦଖଲ ଉଚ୍ଛେଦ ଯୋଗୁଁ ନୋଏଡା, ଗାଜିଆବାଦ,ଫରିଦାବାଦ,ଓ ଗୁରୁଗ୍ରାମ ଭଳି ଅଧିକ ପ୍ରଦୁଷଣ ହେଉଥିବା ହେତୁ ଏହିସ୍ଥାନ ଗୁଡିକରେ ପ୍ରଦୂଷର ସୃଷ୍ଟି ହେଉଥିବା ସୁପ୍ରିମକୋର୍ଟ କହିଛନ୍ତି । ଦିଲ୍ଲୀ ଏନସିଆର ଅଂଚଳରେ ଅଳିଆ ଫୋପାଡିଲେ ୫ ହଜାର ଟଙ୍କା ଜୋରିମାନା ଦେବାକୁ ପଡିବ । ପ୍ରଦୁଷଣ ବୃଦ୍ଧି ପାଇଥିବାରୁ ସୁପ୍ରିମକୋର୍ଟ ନିର୍ଦେଶନାମା ଜାରୀ କରିଛନ୍ତି ।