ଅଶାଳୀନତାକୁ ଖୋଲାଖୋଲି ଭାବେ ପ୍ରସାରଣ କରିବା ମହଙ୍ଗା ପଡିଲା “ବିଗବସ୍ -୧୩” କୁ
(ଯୁଗାବ୍ଦ ନ୍ୟୁଜ )ଲୋକପ୍ରିୟ ରିୟାଲିଟି ଶୋ’ ବିଗବସ୍ -୧୩ ଶୋ’ଉପରେ ରୋକ୍ ଲଗାଇବା ପାଇଁ କଥା ଉଠିଥିଲା । କ୍ୟାଟ୍ (ଉକ୍ଟଦ୍ଭଲରୟରକ୍ସବଗ୍ଧସକ୍ଟଦ୍ଭ ଙଲ ଇକ୍ଷକ୍ଷ ଓଦ୍ଭୟସବ ଞକ୍ସବୟରକ୍ସଗ୍ଦ) ପକ୍ଷରୁ ଆଜି କେନ୍ଦ୍ରୀୟ ସୂଚନା ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବେଡକରଙ୍କୁ ଏକ ପତ୍ର ପଠାଯାଇଛି । ଯେଉଁଥିରେ କଲର୍ସ ଚ୍ୟାନେଲରେ ପ୍ରସାରଣ ହେଉଥିବା ଲୋକପ୍ରିୟ ଟିଭି ଶୋ’ ବିଗବସ୍ -୧୩ କୁ ତୁରନ୍ତ ବନ୍ଦ କରିବାକୁ କୁହାଯାଇଛି କ୍ୟାଟ୍ ପକ୍ଷରୁ କୁହାଯାଇଛି ଯେ , ବିଗବସ୍ -୧୩ ରେ ଅଶାଳୀନତାକୁ ଖୋଲାଖୋଲି ଭାବେ ପ୍ରଦର୍ଶନ କରାଯାଉଛି । ଏହି ଶୋ’କୁ ଘରେ ଦେଖିବା ଅତ୍ୟନ୍ତ ଅଶୋଭନୀୟ ଏବଂ ଏହି ଶୋ’ ଆମ ଦେଶର ପୁରୁଣା ପାରମ୍ପରିକ , ସାମାଜିକ ଏବଂ ସାଂସ୍କୃତିକ ମୂଲ୍ୟକୁ ବ୍ୟାଘାତ ପହଁଚାଉଛି । ଟିଆରପି ଏବଂ ଭଲ ଟଙ୍କା ରୋଜଗାର କରିବା ଲକ୍ଷ୍ୟରେ ବିଗବସ୍ ଦେଶର ସାମାଜିକ ବ୍ୟବସ୍ଥାକୁ ଶେଷ କରିବାକୁ ଚେଷ୍ଟା କରୁଛି । ଶୋ’ରେ ଅଶାଳୀନ ଭାଷା ଏବଂ ଅଶ୍ଲୀଳତାକୁ ଦର୍ଶାଯାଉଥିଲେ ମଧ୍ୟ ଚଳିତ ବର୍ଷର ଶୋ’ ବିଗବସ୍ ସିଜନ୍ ୧୩ ରେ ନୈତିକତାକୁ ମଧ୍ୟ ଖଣ୍ଡନ କରାଯାଇଛି । ଶୋ’ରେ “ବେଡ୍ ଫ୍ରେଣ୍ଡ୍ ଫରଏଭର୍”(ବିଏଫଏଫ) ର ବିଷୟ ଦେଶର ସାଂସ୍କୃତିକ ଏବଂ ସାମାଜିକ ଭାବନାକୁ ଖଣ୍ଡିତ କରୁଛି ।


