ଅଷ୍ଟମ ଦିନରେ ପୂଜା ପାଇଲେ ମାଁ ଗଜଲକ୍ଷ୍ମୀ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ୍‌): ସ୍ଥାନୀୟ ଲୋୟରବସଷ୍ଟାଣ୍ଡ ସ୍ଥିତ ଲକ୍ଷ୍ମୀବଜାର ମାର୍କେଟ କଂପେକ୍ସ ଠାରେ ମାଁ ଗଜଲକ୍ଷ୍ମୀାଙ୍କ ପୂଜା ଅଷ୍ଟମ ଦିନରେ ପହଂଚିଛି । ସନ୍ଧ୍ୟା ରେ ମାଙ୍କ ୧୦୮ ଆଳତୀରେ ଶହ ଶହ ମହିଳା ଭକ୍ତଙ୍କ ସମାଗମ ହୋଇଥିଲା । ଏହାସହ କର୍ମକାଣ୍ଡ ବିଭୂଷଣ ପଣ୍ଡିତ ସରୋଜ କୁମାର ଶତପଥୀଙ୍କ ତତ୍ୱାବଧାନରେ ବେଦମନ୍ତ୍ର ପାଠ ଅନୁଷ୍ଠିତ ହୋଇଥିଲା । ଶଦ୍ଧାଳୁ ଭକ୍ତମାନେ ପୂଜା ସ୍ଥଳରେ ଅଷ୍ଟମହାଲକ୍ଷ୍ମୀ ଓ ଗଜଲକ୍ଷ୍ମୀ ମାଙ୍କ ଉଚାରଣ କରିବାସହ କାଳିଆ ଠାକୁରଙ୍କ ସମର୍ପଣ କରି ହୁଳହୁଳି ଦେଇ ପୂଜାଅର୍ଚ୍ଚନା କରିଥିଲେ । ଏହି ପୂଜା ଆଜକୁ ୧୮ବର୍ଷ ଧରି ଅନୁଷ୍ଠିତ ହୋଇଆସୁଛି । ପବିତ୍ର କୁମାରପୂର୍ଣ୍ଣମୀ ଦିନ ଠାରୁ ମାଁଙ୍କ ପୂରୋହିତ ନୃସିଂହ ଚରଣ ପଣ୍ଡା ଓ ସୁମନ ପଣ୍ଡାଙ୍କ ସଂଯୋଜନାରେ ମାଙ୍କ ପୂଜାର୍ଚ୍ଚନା ଆରମ୍ଭ ହୋଇଛି । ଆଜି ପୂଜା କମିଟି ପକ୍ଷରୁ ପ୍ରତିଭା ଆବାସିକ ମହାବିଦ୍ୟାଳୟର ଅଧ୍ୟକ୍ଷ ଚିନ୍ମୟ କୁମାର ଦାଶଙ୍କ ନେତୃତ୍ୱ ୧୦୮ ଆଳତୀରେ ମାଙ୍କ ବେଦମନ୍ତ୍ର ପୁସ୍ତକ ସମସ୍ତ ଭକ୍ତମାନଙ୍କୁ ପ୍ରଦାନ କରାଯାଇଥିଲା ଏଥିରେ ଲକ୍ଷ୍ମୀବଜାର ପୂଜା କମିଟିର ସଭାପତି ବସନ୍ତ କୁମାର ମହାରଣା, ସଂପାଦକ ପ୍ରଦୀପ କୁମାର ସାହୁ,ଉପସଭାପତି ମନୋଜ କୁମାର ସାହୁ,ଆରତ ବିଶ୍ୱାଳ,ଅଶୋକ କୁମାର ବେହେରା,କୋଷାଧ୍ୟକ୍ଷ ଅତୁଲ କୁମାର ଦାସ,ସ୍ୱାଭିମାନ ସ୍ୱେଚ୍ଛାସେବୀ ସଙ୍ଗଠନର ସଭାପତି ତଥା ଯୁବ ସାମ୍ବାଦିକ ପ୍ରଶାନ୍ତ କୁମାର ମହାରଣା, ଓଏସଲ ଗୃଫର ଡେପୁଟି ଜେନରାଲ ମ୍ୟାନଜର କେ.ହରିନାଥ, ଓମେଗା ଶିକ୍ଷାନୁଷ୍ଠାନର ନିର୍ଦ୍ଦେଶକ ଚିନ୍ମୟ କୁମାର ଦାସ,କେଞ୍ଚୁ ପୁରୋହିତ,ପ୍ରକାଶ ଚନ୍ଦ୍ର ପୁରୋହୋତ, ସନ୍ତୋଷ ଚୈାଧୁରୀ,ବାବୁ ବେହେରା,ସୁରେନ୍ଦ୍ର ବେହେରା,ଆନ୍ତର୍ଜାତିକ ଖେଳାଳୀ ଭି.ରମେଶ ରାଓ,ସୁଶାନ୍ତ କୁମାର ବେହେରା,ମୁନା ସାମଲ,ଏସ୍ . ପ୍ରବୀଣ କୁମାର ରାଓ,ସରୋଜ କୁମାର ପାଢୀ,ପି.ରାଜ କୁମାର,ଅଖିଳ କୁମାର ପାଣିଗ୍ରାହୀ,ଲିପୁନ କୁମାର ବିଶ୍ୱାଳ,ନାରାୟଣ ମହାରଣା,କେ.କମଲ କୁମାର,ସନ୍ତୋଷ କୁମାର ସାହୁ,ନଳିନୀକାନ୍ତ ନାୟକ (ପପି),ରବି ନାରାୟଣ ବେହେରା,ମନୋଜ ରେଡ୍ଡି,କିଶୋର ମହାନ୍ତି, ଅଟ୍ଟଳବିହାରୀ ପଟ୍ଟନାୟକ, ସୁଦାମ ରାଉଳ, ଶତୃଘ୍ନ ମାହଙ୍କୁଡ ଙ୍କ ସମେତ ସମସ୍ତ ପୂଜା କମିଟିର ସଦସ୍ୟ ପରିଚାଳନା କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ