ଅସହାୟଙ୍କୁ ସହାୟତାର ହାତ ବଢାଇଲା ମହାକାଳପଡା ବିକାଶ ମଞ୍ଚ
କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ): କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ବ୍ଲକ ଅନ୍ତର୍ଗତ କେୟାରବାଙ୍କ ଗ୍ରାମର ରଞ୍ଜନ ଦାସଙ୍କ ପରିବାରକୁ ସହାୟତାର ହାତ ବଢାଇଛି ମହାକାଳପଡା ବିକାଶ ମଞ୍ଚ । ୫ବର୍ଷ ଧରି ପାରାଲିସିସ ରୋଗରେ ପିଡିତ ହୋଇ ଶଯ୍ୟାଶାୟୀ ହୋଇପଡିଥିବା ରଞ୍ଜନ ଦାସଙ୍କ ସମ୍ପର୍କରେ ଶୁଣିବା ପରେ ମହାକାଳପଡା ବିକାଶ ମଞ୍ଚର ସଭାପତି କାଶୀନାଥ ରାଉତରାୟ ରବିବାର ସକାଳେ ତାଙ୍କ ଘରେ ପହଞ୍ଚି ରଞ୍ଜନଙ୍କୁ ଶୁଖିଲା ଖାଦ୍ୟ ଚାଉଳ, ଡାଲି, ଅଟା, ଚୂଡା, ଚିନି ପ୍ରଭୃତି ସମେତ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଶ୍ରୀ ରାଉତରାୟଙ୍କ ସହିତ ମଞ୍ଚର ସଦସ୍ୟ ଧନେଶ୍ୱର ସେଠୀ, ନିରଞ୍ଜନ ଓଝା, ବିଦ୍ୟାଧର ପଲ୍ଲାଇ, ପ୍ରଦୀପ ଦାସ, ପବିତ୍ର ମାଇତି, ନିର୍ମଳ ଓଝା ଓ କମଳାକାନ୍ତ ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।


