ଅସହାୟ ଦିବ୍ୟାଙ୍ଗ ଶଙ୍କର୍ଷଣଙ୍କୁ ସହାୟତା ପାଇଁ ନିବେଦନ

ବନ୍ତ,(ଚାନ୍ଦିନୀ ମହାନ୍ତି): ବନ୍ତ ବ୍ଲକ ବଡବର୍ଚ୍ଚିକୟାଁ ଗ୍ରାମର ଶଙ୍କର୍ଷଣ ଦାଶ(୮୨) ଜଣେ ଅସହାୟ ଓ ଦିବ୍ୟାଙ୍ଗ ବ୍ୟକ୍ତି ଅଟନ୍ତି । ତାଙ୍କର କୌଣସି ସନ୍ତାନସନ୍ତତି ନାହାନ୍ତି । ପତ୍ନୀ ସତ୍ୟଭାମା(୭୩)ଙ୍କୁ ନେଇ ତାଙ୍କ ପରିବାର । ଦୀର୍ଘ ଦିନ ହେବ ସେ କୁଷ୍ଠ ଆରୋଗ୍ୟ ସଦନ କଟକରେ ରହୁଥିଲେ । ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା କାର୍ଯ୍ୟକାରୀ ସମୟରେ ସେ ଗ୍ରାମରେ ନଥିଲେ । ଯାହାଫଳରେ ଏହି ଯୋଜନାରେ ସେ ଅନ୍ତର୍ଭୁକ୍ତ ହେବା ପାଇଁ ଆବେଦନ କରିପାରିନଥିଲେ । ଆବାସ ଯୋଜନାର ଯୋଗ୍ୟତା ତାଲିକାରେ ତାଙ୍କ ନାମ ନଥିଲା । ନାମ ଅନ୍ତର୍ଭୁକ୍ତ କରିବା ପାଇଁ ଆବେଦନ କରିନଥିବାରୁ ନୂତନ ତାଲିକାରେ ସାମିଲ ହୋଇ ପାରିନଥିଲା । ଦୀର୍ଘ ଦିନ ହେବ ଗ୍ରାମରେ ଅନୁପସ୍ଥିତ ଯୋଗୁ ବିଭିନ୍ନ ସରକାରୀ ଯୋଜନାରୁ ଶଙ୍କର୍ଷଣ ବଞ୍ôଚତ ହୋଇଥିଲେ । ସେ ଗ୍ରାମରେ ଆସି ରହିବା ପରେ ତାଙ୍କୁ ଓ ତାଙ୍କ ପତ୍ନୀଙ୍କୁ ପ୍ରଶାସନ ପକ୍ଷରୁ ବାର୍ଦ୍ଧକ୍ୟ ଭତ୍ତା ଯୋଗାଇ ଦିଆଯାଇଥିଲା । ପରେ ତାଙ୍କର ଜଣେ ସଂପର୍କୀୟ ଶଙ୍କର୍ଷଣଙ୍କୁ ଏକ ଟ୍ରାଇସାଇକେଲ ଏବଂ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ପାଇଁ ପ୍ରଶାସନକୁ ଟୁଇଟ୍ କରି ଜଣାଇଥିଲେ । ପରବର୍ତ୍ତୀ ଅବସ୍ଥାରେ ପ୍ରଶାସନ ତାଙ୍କୁ ଟ୍ରାଇସାଇକେଲ ପ୍ରଦାନ କରିବା ସହିତ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରିଥିଲା । ବର୍ତ୍ତମାନ ଶଙ୍କର୍ଷଣଙ୍କୁ ଏକ ପକ୍କା ଗୃହ ଯୋଗାଇ ଦେବା ସହିତ ବିଜୁ ସ୍ୱାସ୍ଥ୍ୟ ଯୋଜନାରେ ସାମିଲ କରି ତାଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ସଂପୃକ୍ତ ସଂପର୍କୀୟ ପ୍ରଶାସନକୁ ଟୁଇଟ୍ ମାଧ୍ୟମରେ ଅବଗତ କରାଇଛନ୍ତି । ତାଙ୍କ ନାମ ଆବାସ ଯୋଗ୍ୟତା ତାଲିକାରେ ନଥିବାରୁ ପ୍ରଶାସନ ପକ୍ଷରୁ ଆବାସ ମଞ୍ଜୁର କରିବା ସମ୍ଭବପର ହୋଇପାରୁନଥିବା ଜଣାଯାଇଛି । ବାତ୍ୟାରେ ତାଙ୍କ ଘର ନଷ୍ଟ ହୋଇଯାଇଥିବା ନେଇ ସରକାରଙ୍କୁ ରିପୋର୍ଟ ପ୍ରଦାନ କରାଯାଇଛି । ସରକାର ତାଙ୍କ ପାଇଁ ଗୃହ ମଞ୍ଜୁର କଲେ ଗୃହ ଯେ।।ଗାଇ ଦିଆଯିବ ବୋଲି ପ୍ରଶାସନିକ ସୂତ୍ରରୁ ଜଣାଯାଇଛି । ଅପରପକ୍ଷେ ଶଙ୍କର୍ଷଣଙ୍କ ଦୁଇ ଚକ୍ଷୁର ଅସ୍ତ୍ରୋପଚାର କରାଯିବା ଅତ୍ୟନ୍ତ ଜରୁରୀ ହୋଇପଡିଛି । ମାତ୍ର ଅର୍ଥାଭାବରୁ ଅସ୍ତ୍ରୋପଚାର ହୋଇପାରୁନାହିଁ । ତାଙ୍କ ଚକ୍ଷୁ ଅସ୍ତ୍ରୋପଚାର ପାଇଁ ସରକାରୀ ସହାୟତା ଯୋଗାଇ ଦେବାକୁ ବିଭିନ୍ନ ମହଲରୁ ଦାବୀ ହୋଇଛି । ଜନପ୍ରତିନିଧି ମାନେ ଏପରି ଏକ ଅସହାୟ ପରିବାରକୁ ସହାୟତା ନକରିବା ଦୁଃଖଦାୟକ ଘଟଣା ବୋଲି ବୁଦ୍ଧିଜୀବି ମାନେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ