ଅସହ୍ୟ ଗରମ: ୬ ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ

ଭୁବନେଶ୍ବର: ପ୍ରବଳ ଖରାରେ ସିଝୁଛି ସାରା ଓଡ଼ିଶା। ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଜି ୬ ଟି ସହର ୪୦ଡିଗ୍ରୀ ଉପରେ ତାପମାତ୍ରା ରହିଛି। ଆଜି ସର୍ବାଧିକ ତାପମାତ୍ରା ସୋନପୁରରୁ ରେକର୍ଡ କରାଯାଇଛି। ସୋନପୁର ସର୍ବାଧିକ ତାପମାତ୍ରା ୪୦.୮ ଡିଗ୍ରୀ ରହିଥିବାବେଳେ ବଲାଙ୍ଗିରରେ ୪୦.୫ ଡିଗ୍ରୀ ରହିଥିଲା। ସେହିପରି ମାଲକାନଗିରି ୪୦.୨ ଡିଗ୍ରୀ, ଅନୁଗୁଳ ଓ ତାଳଚେର ୪୦.୧ ଓ ବୌଦ୍ଧ ୪୦ ଡିଗ୍ରୀ ସେଲସିୟସ୍‌ ରହିଥିଲା। ରାଜଧାନୀ ଭୁବନେଶ୍ବରରେ ୩୯.୨ ଏବଂ କଟକ ୩୯.୬ ଡିଗ୍ରୀ ସେଲସିୟସ୍‌ ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ