ଆଇଆଇଏମ ବାଙ୍ଗାଲୋର ସହ ମିଶି ସ୍କିଲ ଡେଭେଲପମେଂଟ ମନ୍ତ୍ରାଳୟର ମହାତ୍ମା ଗାନ୍ଧୀ ରାଷ୍ଟ୍ରୀୟ ଫେଲୋସିପ କାର୍ଯ୍ୟକ୍ରମର ଶୁଭାରମ୍ଭ

ଜିଲ୍ଲା ସ୍ତରରେ କୌଶଳ ବିକାଶ କୁ ପ୍ରୋତ୍ସାହନ ଦେବା ନିମନ୍ତେ କେନ୍ଦ୍ର ସ୍କିଲ ଡେଭେଲପମେଂଟ ଏଣ୍ଡ ଏଂଟରପ୍ରେନିଓରସିପ ମନ୍ତ୍ରାଳୟ ଆଇଆଇଏମ ବାଙ୍ଗାଲୋର ସହ ମିଶି ଏକ ଦୁଇବର୍ଷିଆ ମହାତ୍ମା ଗାନ୍ଧୀ ରାଷ୍ଟ୍ରୀୟ ଫେଲୋସିପ (ଏମଜିଏନଏଫ) କାର୍ଯ୍ୟକ୍ରମର ଶୁଭାରମ୍ଭ ପାଇଁ ଚୁକ୍ତି ସ୍ୱାକ୍ଷର ହୋଇଛି । ଭାରତ ସରକାରଙ୍କ ମାନବ ସଂସାଧନ ବିକାଶ ମନ୍ତ୍ରାଳୟ ର ଉଚ୍ଚ ଶିକ୍ଷା ବିଭାଗ ସଚିବ ଶ୍ରୀ ଆର ସୁଭ୍ରମଣ୍ୟମ, ସ୍କିଲ ଡେଭେଲପମେଂଟ ଏଣ୍ଡ ଏଂଟରପ୍ରେନିଓରସିପ ମନ୍ତ୍ରାଳୟର ସଚିବ ଡଃ କେ ପି କ୍ରିଷ୍ଣନ ଓ ଆଇଆଇଏମ ବାଙ୍ଗାଲୋର ର ନିର୍ଦ୍ଦେଶକ ଶ୍ରୀ ଜି ରଘୁରାମ ଙ୍କ ଉପସ୍ଥିତିରେ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ଏମଜିଏନଏଫ କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶାସନ ସହ ବ୍ୟବହାରିକ ଅନୁଭବ ଅନ୍ତର୍ନିହିତ । ଗୁଜୁରାଟ, କାର୍ଣ୍ଣାଟକ, ମେଘାଳୟ, ରାଜସ୍ଥାନ, ଉତର ପ୍ରଦେଶ ଓ ଉତରାଖଣ୍ଡର ୭୫ ଟି ଜିଲ୍ଲାରେ ଏହି ପାଇଲଟ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏଥିପାଇଁ ଉପଯୁକ୍ତ ପ୍ରାର୍ଥୀ ୨୧ ରୁ ୩୦ବର୍ଷ ହୋଇଥିବା ଆବଶ୍ୟକ । ସେ କୌଣସି ସ୍ୱିକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ପାଇଥିବେ ଏବଂ ସ୍ଥାନୀୟ ଭାଷା ଅବଗତ ହୋଇଥିବେ । ଏହି ସହବନ୍ଧନ ସମ୍ପର୍କରେ ସ୍କିଲ ଡେଭେଲପମେଂଟ ଏଣ୍ଡ ଏଂଟରପ୍ରେନିଓରସିପ ମନ୍ତ୍ରାଳୟର ସଚିବ ଡଃ କେ ପି କ୍ରିଷ୍ଣନ କହିଛନ୍ତି, “ତୃଣମୁଳ ସ୍ତରରେ କୌଶଳ ବିକାଶ ଗୁଡିକୁ ପରିଚାଳନା କରିବା ପାଇଁ ବର୍ତମାନ ଅଭାବକୁ ଆଇଆଇଏମ ବାଙ୍ଗାଲୋର ସହାୟତାରେ ଦୂର କରିବା ପାଇଁ ଏହି ଫେଲୋସିପ ର ଶୁଭାରମ୍ଭ କରାଯାଇଛି । ଯେଉଁମାନେ ପବ୍ଲିକ ପଲିସି ରେ କ୍ୟାରିୟର କରିବାକୁ ଚାହୁଁଛନ୍ତି ଏମଜିଏନଏଫ ଏକ ଆକର୍ଷଣୀୟ ଯୋଜନା । ଆମେ ଏହି ଯୋଜନାକୁ ମହାତ୍ମା ଗାନ୍ଧୀଙ୍କ ବିକେନ୍ଦ୍ରୀକରଣ ଉପରେ ଗୁରୁତ୍ୱ ଦେଇ ତାଙ୍କର ୧୫୦ତମ ଜନ୍ମ ବାର୍ଷିକ ରେ ଏହାର ଶୁଭାରମ୍ଭ କରୁଛୁ ।” ମାନବ ସଂସାଧନ ବିକାଶ ଅଧିନରେ ଥିବା ଉଚ୍ଚଶିକ୍ଷା ବିଭାଗ ସଚିବ ଶ୍ରୀ ଆର ସୁଭ୍ରମଣ୍ୟମ କହିଛନ୍ତି, “ଆଜି ଯୁବ ପିଢି ଦେଶ ଗଠନ ନିମନ୍ତେ ପ୍ରଚେଷ୍ଟା କରୁଛନ୍ତି । ଏହି କାର୍ଯ୍ୟକ୍ରମ ଜିଲ୍ଲା ସ୍ତରରେ ସେମାନଙ୍କୁ ପ୍ରୋତ୍ସାହିତ କରିପାରିବ । ଏହି କୋର୍ସ ଅବସରରେ ଫେଲୋସିପଧାରୀ ମାନେ ରାଜ୍ୟ ସ୍ତରରେ ସ୍କିଲ ଡେଭେଲପମେଂଟ ମିଶନ (ଏସଏସଡିଏମ) ମାନଙ୍କ ସହ ମିଶି ଜିଲ୍ଲାସ୍ତରରେ ଥିବା କୌଶଳ ବିକାଶର ବାଧାବିଘ୍ନ ଗୁଡିକୁ ଅନୁଧ୍ୟାନ କରିବେ । ସେମାନେ କୌଶଳ ବିକାଶ କାର୍ଯ୍ୟକ୍ରମ ଗୁଡିକରେ ନୂତନ ଚିନ୍ତାଧାରା ଦେଇ ସ୍ଥାନୀୟ ଯୋଜନା, ପରିଚାଳନା ଇତ୍ୟାଦି କରିପାରିବେ । ଫେଲୋସିପଧାରୀ ପ୍ରଥମ ବର୍ଷରେ ୫୦,୦୦୦ଟଙ୍କା ଏବଂ ଦ୍ୱିତୀୟ ବର୍ଷରେ ୬୦,୦୦୦ଟଙ୍କା ପାଇବେ । କୋର୍ସ ଅବଧି ଶେଷରେ ଆଇଆଇଏମ ବାଙ୍ଗାଲୋର ପକ୍ଷରୁ “ପବ୍ଲିକ ପଲିସି ଏଣ୍ଡ ମ୍ୟାନେଜମେଂଟ” ଡିଗ୍ରୀ ସାର୍ଟିଫିକେଟ ପ୍ରଦାନ କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ