ଆଇନସେବା ପ୍ରାଧିକରଣ ଆନୂକୁଲ୍ୟରେ ଅନୁଷ୍ଠିତ ହେଲା ବୃକ୍ଷରୋପଣ କାର୍ଯ୍ୟକ୍ରମ

ବାଲେଶ୍ୱର, (ସରୋଜ ପଣ୍ଡା):ଜିଲା ଆଇନସେବା ପ୍ରାଧିକରଣ ପକ୍ଷରୁ ବନମହୋତ୍ସବ ସପ୍ତାହ ପାଳନ ଅବସରରେ ସ୍ଥାନୀୟ ଜିଲା ହାଇସ୍କୁଲ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲାଏବଂ ଦୌରାଜଜ ତଥା ଜିଲା ଆଇନସେବା ପ୍ରାଧିକରଣ ଅଧ୍ୟକ୍ଷ ଅଶାନ୍ତ କୁମାର ଦାସଙ୍କ ସମେତ ଅତିରିକ୍ତ ଜିଲା ଏବଂ ଦୌରାଜଜ ତଥା ଓପିଆଇଡି ଜଜ ବିଶ୍ୱଜିତ ଦାସ, ଅତିରିକ୍ତ ଜିଲ୍ଲା ଏବଂ ଦୌରାଜଜ ତଥା ପୋକ୍ସୋ ସ୍ୱତନ୍ତ୍ର ଜଜ୍ ରଂଜନ କୁମାର ସୂତାର, ଅତିରିକ୍ତ ଜିଲ୍ଲା ଏବଂ ଦୌରାଜଜ ସଞ୍ଜୀବ ରଞ୍ଜନ ସାମନ୍ତ, ମୁଖ୍ୟ ବିଚାର ବିଭାଗୀୟ ଅଧିକାରୀ ସୁଶୀଲ କୁମାର ସାହୁ, ସିଭିଲ୍ କୋର୍ଟ ରେଜିଷ୍ଟ୍ରାର ରଞ୍ଜନ କୁମାର ପ୍ରଧାନ, ବରିଷ୍ଠ ଦେୱାନୀ ବିଚାରପତି କୃଷ୍ଣଚନ୍ଦ୍ର ନାୟକ, ଅତିରିକ୍ତ ବରିଷ୍ଠ ଦେୱାନୀ ବିଚାରପତି ବବିତା ପାତ୍ର, ବିଡିଡି ଚନ୍ଦନା, କନିଷ୍ଠ ଦେୱାନୀ ବିଚାରପତି ଗୁରୁଚରଣ ଜେନାମଣି, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଧିକାରୀ ମୋନିକା ଆଚାର୍ଯ୍ୟ, ସିଭିଲ କୋର୍ଟ ମ୍ୟାନେଜର ପ୍ରିୟଙ୍କା ମିଶ୍ର, ବାଲେଶ୍ୱର ଜିଲ୍ଲା ହାଇସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ସୂର୍ଯ୍ୟଶିଖା ମହାନ୍ତି, ଜିଲା ବାର ଏସୋସିଏସନର ସଭାପତି ମନୋଜ କୁମାର ନାୟକ, ସଂପାଦକ ଦୀପକ କୁମାର ଦାଶ, ସହ-ସଂପାଦକ ଜିତେନ୍ଦ୍ର କୁମାର ଉପାଧ୍ୟାୟ, ଆଇନଜୀବୀ ମହମ୍ମଦ ସାଇରୁଲ ହକ ଏବଂ ସତ୍ୟେନ୍ଦ୍ର ଉମାଶଙ୍କର ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ପାରାଲିଗାଲ ସ୍ୱେଛାସେବୀ ଓ ଛାତ୍ରଛାତ୍ରୀମାନେ ସାମିଲ ହୋଇଥିଲେ । ଶେଷରେ ଓଡିଶା ରାଜ୍ୟ ଆଇନସେବା ପ୍ରାଧିକରଣଙ୍କ ଦ୍ୱାରା ଜାରି କରାଯାଇଥିବା ଦୃଶ୍ୟଚିତ୍ର ‘ବସୁଧା ପାଇଁ ବୃକ୍ଷଟିଏ’ ଛାତ୍ରଛାତ୍ରୀଙ୍କ ସମ୍ମୁଖରେ ପ୍ରଦର୍ଶିତ କରାଯାଇଥିଲା । ସମସ୍ତ କାର୍ଯ୍ୟ ଜିଲା ଆଇନସେବା ପ୍ରାଧିକରଣ ସଚିବ ପ୍ରିୟ ରଂଜନ ଓଝା ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ