ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଏସଏଚଜି ଗୃଫକୁ ଋଣ ପ୍ରଦାନ

ଛତ୍ରପୁର (ଓ୍ବାଇଏନ୍ଏସ୍) : ଆଇସି ଆଇସି ଆଇ ବ୍ୟାଙ୍କ ଛତ୍ରପୁର ଶାଖା ପକ୍ଷରୁ ଛତ୍ରପୁର ର ୪ଗୋଟି ମହିଳା ସ୍ୱୟଂ ସହାୟିକା ଗୋଷ୍ଠିଙ୍କୁ କୋଭିଡ-୧୯ ପରିପ୍ରେକ୍ଷୀରେ ବିଭିନ୍ନ ବ୍ୟାପର ବାଣିଜ୍ୟ କରିବା ନିମନ୍ତେ ଋଣ ସହାୟତା ପ୍ରଦାନ କରାଯାଇଛି । ଜିଲ୍ଲା ସମାଜ ଓ ମଙ୍ଗଳ ବିଭାଗ, ମିଶନ ଶକ୍ତି ଏବଂ ଛତ୍ରପୁର ସିଡିପିଓ କାର୍ଯ୍ୟାଳୟର ମିଳିତ ସହାୟତାରେ ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ମା ସନ୍ତୋଷୀ ସ୍ୱୟଂ ସହାୟିକା ମହିଳା ଗୋଷ୍ଠୀ, ମା କନକ ଦୂର୍ଗା ସ୍ୱୟଂ ସହାୟିକା ମହିଳା ଗୋଷ୍ଠୀ, ମହାମୟୀ ସ୍ୱୟଂ ସହାୟିକା ମହିଳା ଗୋଷ୍ଠୀ ଓ ମା ନାରାୟଣୀ ସ୍ୱୟଂ ସହାୟିକା ମହିଳା ଗୋଷ୍ଠୀ କୁ ୧ଲକ୍ଷ୨୦ହଜାର ଲେଖାଁଏ ଋଣ ସହାୟତା ପ୍ରଦାନ କରାଯାଇଛି । ଏହାଦ୍ୱାରା ୪ଟି ଗୋଷ୍ଠୀ ର ମା ମାନେ କୋରନା ନିମନ୍ତେ ମାସ୍କୋ ଓ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରି ବଜାରରେ ବିକ୍ରି କରିପାରିବେ । ସେଥିରୁ ଲାଭବାନ ହେବ ବୋଲି ସୂଚନା ମିଳିଚି । ମହିଳା ଗୋଷ୍ଠୀ ମାନଙ୍କୁ ଛତ୍ରପୁର ଆଇସିଆଇସିଆଇ ବ୍ୟାଙ୍କର ଶାଖା ପରିଚାଳକ ଜିତେନ୍ଦ୍ର ରାୁତ ଋଣ ପ୍ରଦାନ କରାଯାଇଥିବା ଚେକ୍ ଦେଇଥିଲେ । ଏଥିରେ ଜିଲ୍ଲା ସାମଜ ମଙ୍ଗଳ ଅଧିକାରୀ ମନୋରମା ରେଡ୍ଡୀ, ମିଶନ ଶକ୍ତି ର ଶ୍ୱାସତ କୁମାର ସାହୁ, ଛତ୍ରପୁର ସିଡିପିଓ କ୍ରିଷ୍ଣା କୁମାର ନନ୍ଦ ଙ୍କ ସମେତ ବହୁ ଏସଏଚଜି ଗୃଫର ମା ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ