ଆଉ ନାହାନ୍ତି ନୃସିଂହ ରଥ
ଭଞ୍ଜନଗର ,(ସନ୍ତୋଷ କୁମାର ଜେନା ): ପୁଣି ଥରେ ଆଉ ଏକ ଦୁଃଖଦ ଖବର ଭଞ୍ଜନଗର ରୁ ଶୁଣିବାକୁ ମିଳୁଛି | ଓଡିଶା ପ୍ରଦେଶ କଂଗ୍ରେସ କମିଟିର ସଦସ୍ୟ ବରିଷ୍ଠ ଆଇନଜୀବି ନୃସିଂହ କୁମାର ରଥ ଆଉ ନାହାନ୍ତି | ସେ ଆମ ସମସ୍ତଙ୍କୁ ଛାଡି ଆର ପାରିକୁ ଚାଲି ଯାଇଛନ୍ତି | ଗତ ବୁଧବାର ଭୋର ୪ ଟା ସମୟରେ ତାଙ୍କର ଦେହାନ୍ତ ହୋଇଛି | ମୃତ ସମୟରେ ତାଙ୍କୁ ୬୧ ବୟସ ହୋଇଥିଲା | ଦୀର୍ଘ ଦିନହେଲା ସେ କର୍କଟ ରୋଗରେ ପୀଡିତ ଥିଲେ ମଧ୍ୟ ତାଙ୍କ ଶରୀରରେ କୌଣସି ସୁଧାର ଆସିନଥିଲା | ଏଥିପାଇଁ ସେ ବମ୍ବେ ଟାଟା ମେମୋରିଆଲ କ୍ୟାନ୍ସର ହସ୍ପିଟାଲରେ ନିଜର ଚିକିତ୍ସା କରାଉଥିଲେ | କିନ୍ତୁ ଏହା ପରେ ମଧ୍ୟ ସେ ସୁସ୍ଥ ମାନେ କରିନଥିଲେ , ଏହି କାରଣରୁ ସେ ନିଜ ଘରେ କୁ ଫେରି ଔଷଧ ସେବନ କରୁଥିଲେ, କିନ୍ତୁ କୌଣସି ସୁଧାର ଆସିନଥିଲା ତାଙ୍କ ଶରୀରରେ ,ଶେଷରେ ଆଜି ତାଙ୍କର ଦେହାନ୍ତ ହୋଇଛି | ଏହି ଖବର ପାଇ ତାଙ୍କର ଦଳୀୟ ସମର୍ଥକ ଓ ପରିବାର ବର୍ଗ ତାଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଇଥିଲେ | ଓ ତାଙ୍କର ଶେଷ ଦର୍ଶନ କରିଥିଲେ , ସୂଚନା ଯୋଗ୍ୟ ଯେ ସେ ଜଣେ କଂଗ୍ରେସ ର ସକ୍ରିୟ ନେତା ଭାବରେ ପରିଚିତ ଥିଲେ | କଂଗ୍ରେସ ପ୍ରତି ତାଙ୍କର ବୋହୁ ଅବଦାନ ରହିଥିଲା | ଭଞ୍ଜନଗର ବାରଏସୋସିଏସନର ଜଣେ ବରିଷ୍ଠ ଆଇନଜୀବି ଥିଲେ | ଏହିପରି ଏକ ଦୁଃଖଦ ଖବର ଶୁଣିବା ପରେ ସେହି ବ୍ଲକ ର ସବୁ ସଭ୍ୟ ଯୋଗ ଦେବା ସହିତ ପୁଷ୍ପମାଲ୍ୟ ଅର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଥିଲେ |


