ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ଶେରଗଡ କଲେଜର ସଫଳତା
ଶେରଗଡ,(ବିଭୁ ପ୍ରସାଦ ଦାଶ): ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ସ୍ଥାନୀୟ ଉଦୟ ପ୍ରତାପ ବିଜ୍ଞାନ ମହାବିଦ୍ୟାଳୟ ଅଭୁତ ସଫଳତା ହାସଲ କରିଛି ଶେରଗଡ ବ୍ଳକ ସ୍ତରରେ ଧୀରଜ ବାଡତ୍ୟା ୪୮୩ ନମ୍ବର ରଖି ପ୍ରଥମ ହୋଇଥିବା ବେଳେ ସାଗରୀ ସ୍ବାଇଁ ୪୦୦ ନମ୍ବର ରଖି ଦ୍ବିତୀୟ ଏବଂ ଦୀପ୍ତିମୟୀ ପାଣି ୩୯୮ ନମ୍ବର ରଖି ତୃତୀୟ ସ୍ଥାନ ରେ ରହିଛନ୍ତି ରାଜ୍ୟରେ ପାସହାର ଶତକଡା ୭୦.୭୧ ରହିଥିବା ବେଳେ ଶେରଗଡ କଲେଜରେ ପାସହାର ଶତକଡା ୬୪ଭାଗ ରହିଛି ।ଏହି କ୍ରମରେ ସମୁଦାୟ ୬୫ ଛାତ୍ରଛାତ୍ରୀଙ୍କ ମଧ୍ୟ ରୁ ପ୍ରଥମ ଡିଭିଜନ ୯ଜଣ ଦ୍ବିତୀୟ ୧୬ ଓ ତୃତୀୟ ୧୭ଜଣ ଉତୀର୍ଣ ହୋଇଛନ୍ତି ।ଏଥିପାଇଁ ସ୍ଥାନୀୟ ବୁଦ୍ଧିଜୀବୀଙ୍କ ସମେତ ଅଭିଭାବକ ମହଲରେ ଖୁସୀ ର ଲହରୀ ଖେଳିଯାଇଛି|


