ଆଉ ୯୯ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର : ରାଜ୍ୟରେ ହୁ ହୁ ହୋଇ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ଆଜି ଆଉ ୯୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହି ନୂତନ ୯୯ ଜଣ ସୁସ୍ଥଙ୍କ ମଧ୍ୟରେ ବାଲେଶ୍ବରରୁ ସର୍ବାଧିକ ୩୪ ଜଣ, ଗଞ୍ଜାମରୁ ୧୫ ଜଣ, ଯାଜପୁର ଓ କେନ୍ଦ୍ରାପଡାରୁ ୧୩ ଜଣ ଲେଖାଏଁ ସୁସ୍ଥ ହୋଇଥିବାବେଳେ ପୁରୀରୁ ୧୦ ଜଣ, ଭଦ୍ରକରୁ ୯ ଜଣ, ନୟାଗଡରୁ ୩ ଜଣ ଓ ଦେବଗଡ ଓ ସୁନ୍ଦରଗଡରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି । ଏବେ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ୬୪୯ରେ ପହଞ୍ଚିଛି । ଆଜି ରାଜ୍ୟରେ ସର୍ବାଧିକ ୧୦୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ରାଜ୍ୟରେ ସର୍ବମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪୩୮ରେ ପହଞ୍ଚିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ