‘ବିକାଶ ମଞ୍ଚ’ ଭ୍ରାମ୍ୟମାଣ ରକ୍ତଦାନ ଶିବିର
ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ) : ମାନଗୋବିନ୍ଦପୁର ଏବଂ ଛେଳିଆରେ ଅଗ୍ରଣୀ ସାମାଜିକ ଅନୁଷ୍ଠାନ’ବିକାଶ ମଂଚ’ ଆନୁକୁଲ୍ୟରେ ଭ୍ରାମ୍ୟମାଣ ରକ୍ତଦାନ ଶିବିର ଅନୁଷ୍ଠିତ,୪୭ ୟୁନିଟ ରକ୍ତ ସଂଗ୍ରହ ରାଇରଙ୍ଗପୁର-ଅଦୃଶ୍ୟ ମହାମାରୀ ‘କରୋନା’ ଭୂତାଣୁ ସଂକ୍ରମଣ ରୋକିବା ଲାଗି ସରକାର ଲକ୍ ଡାଉନ୍ ଜାରି ରଖିଛନ୍ତି । ସେଥିପାଇଁ ଜନତା ଘରୁ ବାହାରକୁ ବେଶି ଯାଉନାହାନ୍ତି । ଲକ୍ ଡାଉନ୍ ଯୋଗୁଁ ଡ଼ାକ୍ତରଖାନାରେ ରକ୍ତ ସଂକଟ ଦେଖାଦେଇଛି । ଏହି ରକ୍ତ ସଙ୍କଟ ଦୂର ପାଇଁ ବଡ଼ସାହି ର ଅଗ୍ରଣୀ ସାମାଜିକ ସ୍ବେଚ୍ଛାସେବୀ ଅନୁଷ୍ଠାନ’ବିକାଶ ମଂଚ’ ତରଫରୁ ରକ୍ତଦାନ ସଂଗ୍ରହ ପାଇଁ ଅଣ୍ଟା ଭିଡିଥିଲେ । ତେଣୁ ରାଜ୍ୟ ସରକାର ରକ୍ତ ସଂକଟ ଦୂର ପାଇଁ ଏକ ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଗାଡି ବ୍ୟବସ୍ଥା କରିଛନ୍ତି । ଏହି ରକ୍ତ ସ଼ଂଗ୍ରହ ଭ୍ରାମ୍ୟମାଣ ଗାଡି ପ୍ରତ୍ୟେକ ସ୍ଥାନକୁ ଗାଆଁକୁ ଠାଆ ବୁଲି ରକ୍ତ ସଂଗ୍ରହ କରୁଛି। ରବିବାର ଦିନ ବିକାଶ ମଂଚ ତରଫରୁ ଭ୍ରାମ୍ୟମାଣ ରକ୍ତ ସଂଗ୍ରହ କାର୍ଯ୍ୟକ୍ରମ ବଡ଼ସାହି ବ୍ଲକର ମାନଗୋବିନ୍ଦପୁର ଏବଂ ଛେଳିଆରେ ଆୟୋଜନ କରାଯାଇଥିଲା । ବଡ଼ସାହି ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀ ସିଂ, ବଡ଼ସାହି ବିଜେଡି ପର୍ଯ୍ୟବେକ୍ଷକ ସୁବ୍ରମଣ୍ଯମ ମହାନ୍ତି, ବଡ଼ସାହି ବ୍ଲକ ବିଜେଡି ସଭାପତି ଇଂ ପ୍ରକାଶ ଚନ୍ଦ୍ର ଦଳେଇ ,ପୂର୍ବତନ ବିଧାୟକ ଗଣେଶ୍ୱର ପାତ୍ର, ସଂପାଦକ ଶରତ ଦାସ,ସୁରତ ଦାସ, ଅଭିନ୍ନପାତ୍ର,ଶୁଶାନ୍ତବଳା,ଜାମିନୀକାନ୍ତ ନାଏକ, ଜଗନ୍ନାଥ ମଲ୍ଲିକ,ଅଂଜନ ଦଳେଇ , ଏବଂ ବଡ଼ସାହି ଅଂଚଳର ସାମ୍ବାଦିକ ବଂଧୁ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।ଛେଳିଆ ମା’ହିଙ୍ଗୁଳା ମନ୍ଦିର ଛକରେ ୨୭ ୟୂନିଟ ଏବଂ ମାନଗୋବିନ୍ଦପୁରରେ ୨୦ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ଆଗକୁ ବିଭିନ୍ନ ପଞ୍ଚାୟତରେ ରକ୍ତସଂଗ୍ରହ କରାଯିବ ବୋଲି ବିକାଶ ମଂଚ ତରଫରୁ କରାଯିବ ବୋଲି କର୍ମକର୍ତ୍ତାମାନେ କହିଥିଲେ । ବିକାଶ ମଂଚର ଏଭଳି ଜନ କଲ୍ୟାଣ ସାମାଜିକ କାର୍ଯକ୍ରମକୁ ସାଧାରଣରେ ପ୍ରଶଂସା କରାଯାଇଛି ।


