“ଆକାଂକ୍ଷା”ମହିଳା ସଙ୍ଗଠନର କାର୍ଯ୍ୟକର୍ତ୍ତା ଆଜି ଆନନ୍ଦିତ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :ଭାରତର୧୫ତମ ରାଷ୍ଟ୍ରପତି ରୂପେ ନିର୍ବାଚିତ ହୋଇ ଓଡ଼ିଶାର ଗୌରବକୁ ଦ୍ବିଗୁଣିତ କରିଛନ୍ତି ମାନନୀୟା ଶ୍ରୀମତୀ ଦ୍ରୌପଦୀ ମୂର୍ମୁ । ଓଡ଼ିଶାର ଜଣେ ମହିଳା ମହାମହୀମ ରାଷ୍ଟ୍ରପତି ଆସନ ଅଳଙ୍କୃତ କରିଥିବାରୁଓଡ଼ିଶାବାସୀଙ୍କ ସହ “ଆକାଂକ୍ଷା”ମହିଳା ସଙ୍ଗଠନର କାର୍ଯ୍ୟକର୍ତ୍ତା ଆଜି ଆନନ୍ଦିତ । ତାଙ୍କର ଓଡ଼ିଶାର ରାଇରଙ୍ଗପୁର ଠାରୁ ଦିଲ୍ଲୀରେ ରାଇସିନା ହିଲସ ପର୍ଯ୍ୟନ୍ତର ଯାତ୍ରା ନାରୀ ସମାଜପାଇଁ ଏକ ପ୍ରେରଣାର ଉତ୍ସ ଅଟେ।ଆସନ୍ତାକାଲି ଅର୍ଥାତ୍ ତା୨୫-୦୭-୨୦୨୨ରେ ଶ୍ରୀମତୀ ମୂର୍ମୁ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବା ଅବସରରେ “ଆକାଂକ୍ଷା”ମହିଳା ସଙ୍ଗଠନ ତାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇବା ସହ ତାଙ୍କର ମଙ୍ଗଳକାମନା କରି ପାରଳା ଉପକଣ୍ଠରେ ଥିବା ତାରାତାରିଣୀ ମନ୍ଦିରରେ ପୂଜାର୍ଚ୍ଚନା କରାଯିଵା ସହ ଆନନ୍ଦ ଉତ୍ସାହର ସହସଙ୍ଗଠନର ସମସ୍ତ ସଦସ୍ୟ ପ୍ରସାଦ ସେବନ କରିଥିଲେ। ମିଷ୍ଟାନ୍ନ ବଣ୍ଟନ ସହ ନୃତ୍ୟଗୀତ ମାଧ୍ୟମରେ ସଦସ୍ୟମାନେ ନିଜର ଆନନ୍ଦ ଜାହିର କରିଥିଲେ।କାର୍ଯ୍ୟକ୍ରମକୁ ସଙ୍ଗଠନର ସଭାନେତ୍ରୀ ଶ୍ରୀମତୀ ଅଶାଲତା ପାଣିଗ୍ରାହୀ, ସମ୍ପାଦିକା ଶ୍ରୀମତୀ ମୀନା କୁମାରୀ ଟହଲ,ଉପଦେଷ୍ଟା ଶ୍ରୀମତୀ ସ୍ବର୍ଣ୍ଣ ପ୍ରଭା ପାଠୀ, ଡ଼ଃ କଲ୍ୟାଣୀ ମିଶ୍ର ପରିଚାଳନା କରିଥିଲେ । ଉକ୍ତ ସଭାରେ ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ନାୟକ, ଶ୍ରୀମତୀ ସ୍ନିଗ୍ଧା ମିଶ୍ର,, ଶ୍ରୀମତୀ ମଞ୍ଜୁ ଚୌଧୁରୀ, ଶ୍ରୀମତୀ ସୁନିତା ବେହେରା, ଶ୍ରୀମତୀ ପ୍ରମିଳା ମହାପାତ୍ର, ଶ୍ରୀ ନାଗେଶ୍ୱର ଚୌଧୁରୀ, ଶ୍ରୀ ରାଜେନ୍ଦ୍ର ରଥ, ସୁଶ୍ରୀ ସୋନାଲି ମିଶ୍ର ପ୍ରମୁଖ ଯୋଗ ଦେଇ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ