ଆଗାମୀ ନିର୍ବାଚନରେ ଭୋଟରମାନେ କିଭଲି ନିର୍ଭୁଲ, ସ୍ୱଚ୍ଛ ମତଦାନ କରିବେ ସେନେଇ ଜିଲ୍ଲାସ୍ତରୀୟ ମକପୋଲ୍

ଛତ୍ରପୁର: ଆଗାମୀ ନିର୍ବାଚନରେ ପ୍ରତ୍ୟେକ ଭୋଟର କିଭଳି ନିର୍ଭୁଲ ଏବଂ ସ୍ୱଚ୍ଛତା ଭାବେ ଭୋଟ ମତଦାନ ଦେଇ ପାରିବେ ସେଥି ନିମନ୍ତେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ଓ ଜିଲ୍ଲା ଏବଂ ପଂଚାୟତୱାରୀ ଇଭିଏମ୍ ସହିତ ଭିଭିପାଟ୍ ଉପରେ ସଚେତନତା କରାଯାଉଛି ଏବଂ ଲୋକମାନଙ୍କୁ ଭୋଟ ମତଦାନ ଉପରେ ଅଭ୍ୟାସ କରାଯାଉଛି । ଏନେଇ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ରାଜନୈତିକ ଦଳର ସଦସ୍ୟ ଏବଂ ଗଣମାଧ୍ୟମ ପ୍ରତିନିଧିଙ୍କ ଉପସ୍ଥିତିରେ ଆଗାମୀ ନିର୍ବାଚନରେ ପ୍ରତ୍ୟେକ ଭୋଟର କିପରି ନିର୍ଭୁଲ ଓ ସ୍ୱଚ୍ଛ ଭାବେ ମତଦାନ ଦେଇ ପାରିବେ ସେଥି ନିମନ୍ତେ ମକପୋଲ୍ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଯୋଗ ଦେଇ ଉପସ୍ଥିତ ରାଜନୈତିକ ଦଳ ସଦସ୍ୟ ଏବଂ ଗଣମାଧ୍ୟମ ପ୍ରତିନିଧିଙ୍କୁ ଇଭିଏମ୍ ଓ ଭିଭିପାଟ୍ ଉପରେ ସଚେତନା କରାଇଥିଳେ । ଏହା ସହ ନିଜେ ପ୍ରଥମେ ମତଦାନ ଦେଇ ମକପୋଲ୍ କାର୍ଯ୍ୟର ଶୁଭାରମ୍ଭ କରିଥିଲେ । ଏହା ପରେ ଉପସ୍ଥିତ ସମସ୍ତ ରାଜନୈତିକ ଦଳର ସଦସ୍ୟ, ଗଣମାଧ୍ୟମ ପ୍ରତିିନିଧି ଓ ସରକାରୀ କର୍ମଚାରୀମାନେ ମକପୋଲ୍ ର ତନଖି ଦେଖିବା ସହ ନିଜେ ନିଜେ ମତଦାନ କରିଥିଲେ । କେମିତି ବା କେଉଁ ଉପାୟରେ ଆପଣ ମତଦାନ ସାବ୍ୟସ୍ତ କରିବେ ସେ ସଂପର୍କରେ ସମସ୍ତଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ସଚେତନା କରାଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ଡ଼େପୁଟି କଲେକ୍ଟର (ନିର୍ବାଚନ) ଡ଼. ବିଜୟାନନ୍ଦ ସେଠୀ, ଡ଼େପୁଟି କଲେକ୍ଟର ଡ. ଦିବ୍ୟଲୋଚନ ମହନ୍ତ, ଛତ୍ରପୁର ତହସିଲଦାର ନୀଳମାଧବ ଭୋଇ, ଆସିଷ୍ଟାଂଟ୍ କଲେକ୍ଟର ଲିଲନ ସାହୁ, ଭାରତୀୟ ଜନତା ପାର୍ଟିର ଛତ୍ରପୁର ମଣ୍ଡଳ ସଭାପତି ପ୍ରଦୀପ କୁମାର ପାଢି, ଗଞ୍ଜାମ ଜିଲ୍ଲା ପରିଷଦ ଅଧ୍ୟକ୍ଷ ତଥା ବିଜୁ ଜନତା ଦଳର ଜିଲ୍ଲା ସମ୍ପାଦକ ସୁବାସ ଚନ୍ଦ୍ର ବେହେରାଙ୍କ ସମେତ ବହୁ ରାଜନୈତିକ ବ୍ୟକ୍ତିମାନେ ଉପସ୍ଥିତ ଥିଲେ । ଏନେଇ ଆଜି ଜିଲ୍ଲାର ସମସ୍ତ ବ୍ଲକ୍ ରେ ସମସ୍ତ ପଂଚାୟତ ପ୍ରତିନିଧି ମାନଙ୍କ ଉପସ୍ଥିତିରେ ମକପୋଲ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ