ଅସଦାଚରଣ ନିରାକରଣ ଆଇନ ସଚେତନତା
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା ): ଗୁମ୍ମା ବ୍ଲକ ସେରଙ୍ଗ ଥାନା ଭୁବନୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ଯକ୍ଷ ତଥା ଜିଲ୍ଲାଜଜ୍ ଜଗଦୀଶ ପ୍ରସାଦ ମହାନ୍ତିଙ୍କ ନିର୍ଦ୍ଦେଶ କ୍ରମେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଜିଲ୍ଲା ଆଇନ ସେବା ପ୍ରାଧୀକରଣର ସଚିବ ବିମଳ ରାଉଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା | କାର୍ଯ୍ୟକ୍ରମରେ ଶ୍ରୀ ରାଉଳ ଛାତ୍ରଛାତ୍ରୀମାନଙ୍କୁ ଭବିଷ୍ୟତରେ ସୁନାଗରିକ ହୋଇ କିପରି ନାଁ ରଗ୍ବେ ତଥା ଅନ୍ୟ ସାଙ୍ଗସାଥ୍ଙ୍କୁ ବିଦ୍ୟାଳୟରେ ପଢ଼ିବା ନିମନ୍ତେ ପ୍ରୋତ୍ସାହିତ କରିବେ ସେ ନେଇ ସଚେତନ କରିବା ସହ ବିଭିନ୍ନ ଆଇନକାନୁନ ବିଷୟରେ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ। ନିମନ୍ତ୍ରିତ ଅତିଥ୍ ଭାବେ ଜିଲ୍ଲା ନ୍ୟାୟାଳୟର ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର, ସାଇବର କ୍ରାଇମ ତଥାସେରଙ୍ଗ ଥାନା । ଅଧୂକାରୀ କମଳା ଚୌଧୁରୀ ବାଲ୍ୟ ବିବାହ ତଥା ଅସଦାଚରଣ ରୋକିବା ନେଇ ରହିଥିବା ବିଭିନ୍ନ ଆଇନ ଉପରେ ସମସ୍ତଙ୍କୁ ସୂଚନା ଦେଇଥିଲେ। ସେହିପରି ପାରଳାଖେମୁଣ୍ଡି ଓକିଲ ସଂଘର ପୂର୍ବତନ ସଭାପତି ଜିତେନ୍ଦ୍ର ପଟ୍ଟନାୟକ ପଟ୍ଟନାୟକ ବିଦ୍ୟାର୍ଥୀଙ୍କୁ ଜୀବନର ଲକ୍ଷ୍ୟ ଉପରେ ଉଦ୍ବୋଧନ ଦେଇଥିଲେ। ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଓକିଲ ମମତା ଦେବୀ ଓ ଗୁମ୍ମା ବ୍ଲକ ଶିକ୍ଷା ଅଧିକାରୀ ନାରାୟଣ ରଞ୍ଜନ ମଣ୍ଡଳ ବିଭିନ୍ନ ଆଇନ ବିଷୟରେ ପିଲାଙ୍କୁ ସଚେତନ କରିଥିଲେ। ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଭି. ଉମାକାନ୍ତ ଧନ୍ୟବାଦ ଜ୍ଞାପନ କରିଥିଲେ। ପାରା ଲିଗାଲ ଭଲ୍ୟୁଣ୍ଟର ଶଶୀରେଖା ବିଷୋୟୀ, ଜିଲ୍ଲା ଆଇନ ସେବା ପ୍ରାଧୂକରଣର କର୍ମଚାରୀ ତଥା ବିଦ୍ୟାଳୟର ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ମିଳିତ ସହଯୋଗରେ ଉକ୍ତ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା |


