ଆଗାମୀ ପୌର ନିର୍ବାଚନ ଲଢେଇ ବିଜୁ ଜନତା ଦଳରେ ଦାଦା ପୁତୁରା ମଧ୍ୟରେ ହେବା ସ୍ପଷ୍ଟ ହୋଇଛି

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ନଗର ବିଜୁ ଜନତା ଦଳର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ସ୍ଥାନୀୟ ସିର୍କୀ ଘାଇଠାରେ ବିଧାୟକ ପ୍ରତିନିଧି ପି.ରାଜାରାଓ ପାତ୍ରଙ୍କ ଆବାହକତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏଲ.ବୁଲିଆନଙ୍କ ସଭାପତିତ୍ବରେ ଆୟୋଜିତ ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ସାଲୁଗା ପ୍ରଧାନ ଯୋଗଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ବ୍ଳକ ବିଧାୟକ ପ୍ରତିନିଧି ତଥା ପୂର୍ବତନ ମାଲିକାପଡି ସରପଞ୍ଚ ଜମେଶ ଚନ୍ଦ୍ର ପ୍ରଧାନ, ବିଜ୍ଞାପିତ ଅଞ୍ଚଳ ପରିଷଦର ପୂର୍ବତନ ଉପାଧ୍ୟକ୍ଷା ଭାନୁପ୍ରଭା ମିଶ୍ର, ପୂର୍ବତନ କାଉନସିଲର ଦେବନାଥ ଦଳବେହେରା, ଶୋଭା ସୁନ୍ଦରୀ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଏହାସହିତ ସରକାରୀ କାର୍ଯ୍ୟକ୍ରମକୁ ଜନସାଧାରଣଙ୍କ ପାଖରେ ପହଞ୍ଚାଇବା, ମହିଳା ସଶକ୍ତିକରଣ, ଦଳର ସମ୍ମାନ ଆଦି ଉପରେ ଗୁରୁତ୍ବାରୋପ କରିଥିଲେ।ବନ୍ଧୁ ମିଳନର ମୁଖ୍ୟ ଆକର୍ଷଣ ତଥା ବିଧାୟକ ମାନ୍ୟବର ସାଲୁଗା ପ୍ରଧାନ ଯୋଗଦେଇ ମୋ ନିର୍ଦ୍ଦେଶକ୍ରମେ ଏନଏସି ବିଧାୟକ ପ୍ରତିନିଧି ପି.ରାଜାରାଓ ପାତ୍ର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ କରିଥିବା ବେଳେ ମୁଁ ଶୁଣିବାକୁ ପାଇଲି ଆମ ଦଳର ଶାସକ ଦଳରେ ପୂର୍ବ ଏନଏସିରେ ଦଳ ତରଫରୁ ପଦ ପଦବିରେ ରହି ଗୋଟିଏ ଦିନରେ ପାରାଲାଲ ବନ୍ଧୁମିଳନର ଆବଶ୍ୟକ ନଥିଲା। ଏଥିପାଇଁ ମୁଁ ଦୁଃଖିତ। ମୋର ଅନୁରୋଧ ଖୁବଶୀଘ୍ର ଏନଏସି ନିର୍ବାଚନ ହେଉଥିବାରୁ ଉଭୟ ଗୋଷ୍ଠୀ ମଧ୍ୟରେ ସମନ୍ବୟ ରକ୍ଷା କରି ନିର୍ବାଚନ ଲଢିଲେ ଦଳର ବିଜୟ ସୁନିଶ୍ଚିତ ଥିବା ପ୍ରକାଶ କରିଥିଲେ। କିନ୍ତୁ ପାରାଲାଲ ବୈଠକ ବା ବନ୍ଧୁମିଳନ କାର୍ଯ୍ୟକ୍ରମ ବିଜୁ ଜନତା ଦଳର ସମନ୍ବୟକୁ ପଦାରେ ପକାଇଥିବା ସ୍ପଷ୍ଟ ହୋଇଥିବା ବେଳେ ଆଗାମୀ ବିଜୁ ଜନତା ଦଳର ନଗର ସଭାପତି ଭାବେ ଗୋପାଳ ମହାପାତ୍ରଙ୍କ ନାମକୁ ମାନ୍ୟବର ବିଧାୟକ ଔପଚାରିକ ଭାବେ ଘୋଷଣା ପରେ ଏକ ପ୍ରକାର ସ୍ପଷ୍ଟ ଯେ ଜି.ଉଦୟଗିରି ନଗର ବିଜେଡି ମଧ୍ୟରେ ଫାଟ ହୋଇଛି। ଏସମ୍ପର୍କରେ ବିଧାୟକଙ୍କୁ ଯୋଗାଯୋଗ କରିବାରେ ସେ କହିଛନ୍ତି ଯେ ମୁଁ ବିଧାୟକ ପ୍ରତିନିଧିଙ୍କୁ ଦାୟିତ୍ବ ଦେଇଥିଲି। ତେଣୁ ମୁଁ ସମସ୍ତଙ୍କ ସହ ଯୋଗାଯୋଗ କରିବାରେ କିଛି ଆବଶ୍ୟକତା ନାହିଁ। ଏଣୁ ଆଜି ସିର୍କୀଠାରେ ଆୟୋଜିତ ବନ୍ଧୁ ମିଳନରେ ଶତାଧିକ ବିଜେଡି କର୍ମୀ ଉପସ୍ଥିତ ଥିବାବେଳେ ଅନୁରୂପ ଭାବେ ଡେଭିଡ୍ ଗେଷ୍ଟ ହାଉସ ମଧ୍ୟରେ ମଧ୍ୟ ଶତାଧିକ ବିଜେଡି କର୍ମୀଙ୍କୁ ନେଇ ଆଉ ଏକ ବିଜେଡି ବନ୍ଧୁ ମିଳନ କାଯ୍ୟକ୍ରମ ଦେଖିବାକୁ ମିଳିଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ