ଆଜାଦ ଚନ୍ଦ୍ରଶେଖର ଓ ବାଲ ଗଙ୍ଗାଧର ତିଲକଙ୍କ ଜନ୍ମଦିନରେ ସଚେତନା ରାଲି

ଗୋପାଳପୁର, (ଅନିଲ କୁମାର):ମହାନ ସ୍ୱାଧୀନତା ସଂଗ୍ରାମୀ ଆଜାଦ ଚନ୍ଦ୍ରଶେଖର ଓ ବାଲ ଗଙ୍ଗାଧର ତିଲକଙ୍କ ଜନ୍ମଦିନ ଅବସରରେ ସମାଜ ସେବି ଏମ. ଶିବ ପତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାଅବଧନରେ ସଚେତନ ମୂଳକ ବିଭିନ୍ନ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇ ଯାଇଛି, ଗୋପାଳପୁର ସ୍ଥିତ ବେଷ୍ଟ ଶିକ୍ଷା ଅନୁଷ୍ଠାନର ମୁଖ୍ୟ ରଘୁରାମ ସାହୁଙ୍କ ନେତୁତ୍ୱରେ ପ୍ରଥେମେ, ସ୍ୱାଚ୍ଛ ଭାରତ ଅଭିଯାନ ମାଧ୍ୟମରେ ବେଳା ଭୂମି ସଫେଇ, ମାନବ ଅଙ୍ଗ ଦାନ ସଚେତନ, କେମିତି ଦୁର୍ଘଟଣାରୁ ବର୍ତ୍ତିବା ସେନେଇ ସଚେତନ କରାଯିବ ସହ ଦୁର୍ଘଟଣାରୁ ବର୍ତ୍ତିବା ଓ ଦୁର୍ତ୍ତ ଗତିରେ ଜାନ ନ ଚାଲିଇବା ଏବଂ ଟ୍ରାଫିକ ନିୟମ ମାନିବାକୁ ଏଠାରେ କୁହାଯିବ ସହ ଯୁବ ପିଢିଙ୍କୁ ନିଜର ବିଶ୍ୱାସସତା କିପରି ବଢ଼ାଇବେ ସେନେଇ ଏଠାରେ ଅବଗତ କରାଯାଇଥିଲା, ଶ୍ରୀ ଲଷ୍ମୀନୁରସିଂହ ଏକାଡେମୀର ମୁଖ୍ୟ ସୁବ୍ରମଣ୍ୟମ (ବାଲୁ ସାର) ଓ ଅଖିଳ ଭାରତ ମାରୱାଡି ମହିଳା ସଂଘର ସୀମା ଚୌଧୁରୀଙ୍କ ସମେତ ବହୁ ଯୁବ ପିଢିଙ୍କୁ ନେଇ ପ୍ରଥେମେ ଏକ ସଚେତନ ରାଲି ବାହାର କରାଯାଇ ନଗର ପ୍ରରିକ୍ରମ କରାଯିବ ସହ ବିଭିନ୍ନ ସଚେତନା ମୂଳକ ନାରାଦିଆଯାଇଥିଲା, ଏଥିରେ ଅଞ୍ଚଳର ଶତାଧିକ ଯୁବ ପିଢ଼ି ଓ ବିଦ୍ୟାଥୀ ମାନେ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ, ଆଗାମୀ ଦିନରେ ଏପରି ବହୁ କାର୍ଯ୍ୟକ୍ରମ କରାଯାଇ ସାଧାରଣ ଜନତା ଓ ଯୁବ ପିଢିଙ୍କୁ ଉଚ୍ଚାହିତ କରାଯିବ ବୋଲି କୁହାଯାଇଥିଲା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ