ରାଜ୍ୟ ସୂଚନା ଅଧିକାର ଅଭିଯାନ ପକ୍ଷରୁ ସୂଚନା ରଥ ପରିକ୍ରମା

ନିମାପଡ଼ା, (ସନ୍ତୋଷ ଦାଶ):ରାଜ୍ୟ ସୂଚନା ଅଧିକାର ଆଇନ ଅଭିଯାନ ପକ୍ଷରୁ ଏକ ସୂଚନା ରଥ ପୁରୀ ଜିଲ୍ଲାରଗୋପ,ନିମାପଡା,କାକଟପୁର , ଅସ୍ତରଙ୍ଗ ବ୍ଲକ ଅଞ୍ଚଳ ପରିକ୍ରମା କରିଥିଲା। ଗୋପ ବ୍ଲକ ଅଞ୍ଚଳ ରେ ରାଜ୍ୟ ସୂଚନା ଅଧିକାର ଆଇନ ଅଭିଯାନର ଆବାହକ ପ୍ରଦୀପପ୍ରଧାନ, ଉପଦେଷ୍ଟା ଆଇନୀଜୀବୀ ସୁଧୀର ମହାନ୍ତି, ପୁରୀ ଜିଲ୍ଲା ଆବାହକ ଅବିନାଶ ମିଶ୍ର , ଗୋପ ବ୍ଲକ ଉପାଧକ୍ଷ ବନରଞ୍ଜନ ପଟ୍ଟନାୟକ, ସୂଚନା କର୍ମୀ ସନ୍ତୋଷ ମହାନ୍ତି, ଅଧ୍ୟାପକ ଭକ୍ତିରଞ୍ଜନ ପଲାଇ,ଉଲ୍ଲାସ ପ୍ରଧାନ , ନିମାପଡା ବ୍ଲକ ଅଞ୍ଚଳ ରେ ରାଜ୍ଯ ସୂଚନା ଅଧିକାର ଅଭିଯାନ ର ଉପଦେଷ୍ଟା ସୁଧୀର ମହାନ୍ତି, ପୁରୀ ଜିଲ୍ଲା ଆବାହକ ଦିବାକର ନାୟକ, ନିମାପଡା ବ୍ଲକ ଆବାହକ ସନ୍ତୋଷ ପ୍ରଧାନ, ବନ ବିହାରୀ ଦାଶ, ସୁଦର୍ଶନ ସାହୁ ପ୍ରମୁଖ ଙ୍କ ନେତୃତ୍ୱ ରେ ଏହି ରଥ ବିଭିନ୍ନସ୍ଥାନ ପରିକ୍ରମା କରିଥିଲା।ଏହାର ମୁଖ୍ୟ ଉଦେଶ୍ୟ ହେଲା କିପରି ଗ୍ରାମାଞ୍ଚଳ ରେ ବସବାସ କରୁଥିବା ଜନସାଧାରଣ ସୂଚନା ଅଧିକାର ଆଇନ ସମ୍ପର୍କ ରେ ଅବଗତ ହୋଇ ପାରିବେ। ସେଥିପାଇଁ ଗତ ୧୬ ତାରିଖ ଠାରୁ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ସଚେତନତା ରଥ ପରିକ୍ରମା କରିବ ।ଦୁର୍ନୀତି,ଭ୍ରଷ୍ଟାଚାର, ଶାସନ ବ୍ୟବସ୍ଥା ବିରୋଧରେ ସ୍ୱର ଉତୋଳନ ଓ ଦୁର୍ନୀତି ବିରୋଧରେ ସଂଗ୍ରାମ ସହିତ ଏକ ଦୁର୍ନୀତି ମୁକ୍ତ ସମାଜ ଗଠନ କରିବା ଏହି ଅଭିଯାନ ର ମୂଳମନ୍ତ୍ର ବୋଲି ଗୋପ ବ୍ଲକ ଉପାଧ୍ୟାକ୍ଷ ବନରଞ୍ଜନ ପଟ୍ଟନାୟକ ମତବ୍ୟକ୍ତ କରିଥିଲେ ।ସୂଚନା ଅଧିକାର ଲୋକଙ୍କ ବଳ ଚେତିବ ରାଜ୍ୟ ଶାସନ କଳ। ସୂଚନା ଅଧିକାର ଆଇନ ବ୍ୟବହାର କରନ୍ତୁ। ଦୁର୍ନୀତି ବିରୋଧରେ ଏହା ଏକ ଅମେଘ ଅସ୍ତ୍ର ।ସରକାରୀ କାର୍ଯ୍ୟାଳୟ ରେ ହେଉଥିବା ଦୁର୍ନୀତି ଓ ଭ୍ରଷ୍ଟାଚାର ଏବଂ କୁଶାସନ ବିରୋଧରେ ସ୍ୱର ଉଠାନ୍ତୁ ବୋଲି ରାଜ୍ୟ ସୂଚନା ଅଧିକାର ଆଇନ ଅଭିଯାନ ର ଉପଦେଷ୍ଟା ସୁଧୀର ମହାନ୍ତି ଜନସାଧାରଣ ଙ୍କୁ ପରାମର୍ଶ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ