ଆଜି କାର୍ତ୍ତିକ ଚତୁର୍ଥ ସୋମବାର

ହିଞ୍ଜିଳିକାଟୁ,ଯୁଗାବ୍ଦ ନ୍ୟୁଜ (ଶେଷଦେବ ସାହୁ): ଧର୍ମର ମାସ କାର୍ତିକ ମାସ ଚତୁର୍ଥ ସେମାବାର ଅବସରରେ ହିଂଜିଳିକାଟୁ ପୌରାଂଚଳ ସମେତ ନିକଟବର୍ତି ଅଂଚଳର ଶୈବପୀଠ ଗୁଡ଼ିକରେ ଦିନତମାମ ଶ୍ରଦ୍ଧାଳୁ ମାନଙ୍କ ଙ୍କ ଲାଗି ରହିଥିଲା । ପ୍ରାତଃହରୁ ଶୈବପୀଠ ଗୁଡ଼ିକରେ ମାର୍ଜଣା, ମଇଲମ, ସୂର୍ଯ୍ୟପୂଜା, ମଙ୍ଗଳଆଳତି ସହ ସମସ୍ତ ଦେବନୀତି ସମାପନ ପରେ ଭକ୍ତ ମାନଙ୍କୁ ମନ୍ଦିର ମଧ୍ୟକୁ ପ୍ରବେଶ ଓ ପୂଜାର୍ଚ୍ଚନା ସକାଶେ ଅନୁମତି ଦିଆଯାଇଥିଲା । ଦେବ ଦମ୍ପତିଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ସକାଶେ ମହିଳା ଓ ପୁରୁଷ ଭକ୍ତ ମାନଙ୍କ ମନ୍ଦିର ସମ୍ମୁଖରେ ଲମ୍ବା ଲାଇନ ଲାଗିଥିବାର ଦେଖିବାକୁ ମିଳିଥିଲା ।ଦିନ ତମାମ ଶୈବପୀଠ ଗୁଡ଼ିକରେ ଭକ୍ତଙ୍କ ଭିଡ଼ ଲାଗି ରହିବା ସହ ହର ହର ମହାଦେବ ଧ୍ୱନିରେ ମନ୍ଦିର ପରିସର ପ୍ରକମ୍ପିତ ହୋଇ ପଡ଼ିଥିଲା । ହିଂଜିଳିକାଟୁ ପୌରାଂଚଳ ଲକ୍ଷ୍ମୀ ବଜାର ସ୍ଥିତ ଚନ୍ଦ୍ରକଳ୍ପେଶ୍ୱର, ହିଂଜିଳିର ସ୍ୱପ୍ନେଶ୍ୱର, ଆଙ୍କୋରଡ଼ାର କପିଳେଶ୍ୱର, ନୁଆଁଗଡ଼ର ବାଲୁଙ୍କେଶ୍ୱର, ବଇଁଚବଣିଆ ପାବନଶ୍ରୀକ୍ଷେତ୍ର ପରିସରସ୍ଥ ପଶ୍ଚିମାଭିମୁଖୀ କାଶିବିଶ୍ୱନାଥ, ସ୍ଥାନୀୟ ବ୍ଳକ ନୁଆଁବୁରୁପୋଡ଼ାର ମୁଦୁକେଶ୍ୱର, ଅନ୍ତରିଗାଁର ଗୁପ୍ତେଶ୍ୱର, ବେଲଗାଁର ବେଲେଶ୍ୱର, ଆଡ଼ପଡ଼ାର ଇଶାଣେଶ୍ୱର ସମେତ ନିକଟବର୍ତି ସାରୁ, ମକରଝୋଳ, ସମରଝୋଳ, ପୋଚିଲିମା, କଂଚୁରୁ, ଦୁର୍ବନ୍ଧ, ସିକିରି, ରାଳବ, ଶାସନଆମ୍ବଗାଁ, ନନ୍ଦିକ, ପୁଟିଆପଦର, ବାଳକୃଷ୍ଣପୁର, ଭାବନ୍ଧ ପ୍ରମୁଖ ଗ୍ରାମରେ ଥିବା ଶୈବପୀଠ ଗୁଡ଼ିକରେ ହରହର ମହାଦେବ ଧ୍ୱନିରେ ପ୍ରକମ୍ପିତ ହୋଇ ଉଠିଥିଲା । ବହୁ ଭକ୍ତ ଶୈବପୀଠ ପରିସରରେ ହବିଷାନ୍ନ ବ୍ୟଂଜନ ପ୍ରସ୍ତୁତ କରି ପ୍ରସାଦ ସେବନ କରିଥିଲେ । ଭକ୍ତଙ୍କ ଭିଡ଼କୁ ଆଖି ଆଗରେ ରଖି ମନ୍ଦିର ପ୍ରଶାସନ ଓ ସ୍ୱେଛାସେବକ ମାନଙ୍କ ପକ୍ଷରୁ ବ୍ୟାପକ ସୁବନ୍ଦୋବସ୍ତ ଗ୍ରହଣ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ