ମହୁରୀକାଳୁଆ ଯାତ୍ରା ସକାଶେ ଆଙ୍କୋରଡ଼ା ଉତ୍ସବମୁଖର

ହିଞ୍ଜିଳିକାଟୁ, ଯୁଗାବ୍ଦ ନ୍ୟୁଜ(ଶେଷଦେବ ସାହୁ): ହିଞ୍ଜିଳିକାଟୁ ପୌରାଂଚଳ ଆଙ୍କୋରଡ଼ା ଗ୍ରାମରେ ମା’ ମହୁରୀ କାଳୁଆଙ୍କ ଅଷ୍ଟଦିନ ବ୍ୟାପି ଅନୁଷ୍ଠିତ ହେବାକୁ ଥିବା ଯାତ୍ରା ରବିବାର ଠାରୁ ଶୁଭାରମ୍ଭ ହୋଇଯାଇଛି । ଯାତ୍ରାର ପ୍ରଥମ ଦିବସ ରବିବାର ମା’ଙ୍କ ଆଗମନ ପରେ ଶାଲା ସଂସ୍ମାର ପରେ ମା’ଙ୍କୁ ଗ୍ରାମର ଅସ୍ଥାୟୀ ମନ୍ଦିରରେ ଅବସ୍ଥାନ କରାଯାଇଥିଲା । ଯାତ୍ରାତ୍ସୋବ ସକାଶେ ଗ୍ରାମକୁ ରଙ୍ଗ ବେରଙ୍ଗ ବାନା ସାଙ୍ଗକୁ ଆଲୋକମାଳା ଓ ସୁଉଚ୍ଚ ତୋରଣରେ ସୁସଜ୍ଜିତ କରାଯାଇଥିଲା । ଗ୍ରାମର ପ୍ରତ୍ୟେକ ଘର ସମ୍ମୁଖରେ ପୂର୍ଣ୍ଣକୁମ୍ଭ ସ୍ଥାପନ ସହ ସନ୍ଧ୍ୟାରେ ଧୂପ, ଦୀପ ଓ ନୈବେଦ୍ୟ ଅର୍ପଣ ପୂର୍ବକ ମା’ଙ୍କୁ ସ୍ୱାଗତ କରାଯାଇଥିଲା । ବିଭିନ୍ନ ବାଦ୍ୟ ବାଜଣା, ଘଂଟ କାହାଳୀର ତାଳେ ତାଳେ ମା’ ମହୁରୀକାଳୁଆଙ୍କୁ ଗ୍ରାମ ପରିକ୍ରମା କରାଯାଇଥିଲା । ସୋମବାର ଅଧିବାସ ଓ ୨୪ ପ୍ରହର ନାମଯଜ୍ଞ ଆରମ୍ଭ ହୋଇଥିଲା । ୮ ତାରିଖରେ ନାମଯଜ୍ଞ ପୂର୍ଣ୍ଣାହୁତି ଓ ଅନ୍ନଯଜ୍ଞ, ୯ ତାରିଖରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ୧୦ ତାରିଖରେ ମା’ଙ୍କୁ ମେଲାଣି ଦିଆଯିବ ବୋଲି ଯାତ୍ରା କମିଟି ପକ୍ଷରୁ ସୂଚନା ମିଳିଛି । ଯାତ୍ରା ପରିଚାଳନା କମିଟି ସଭାପତି ସୁବାଷ ଚନ୍ଦ୍ର ପୋଲାଇ, ପୂଜା କମିଟି ସଭାପତି ସୁନିଲ ନାହାକ, ପ୍ୟାରୀ ମୋହନ ପାଢି, ସମ୍ପାଦକ କିରଣ ନାହାକ, ନିଳମଣି ପଟ୍ଟନାୟକ, ଯୁଧିଷ୍ଟିର ସ୍ୱାଇଁ, ଯୋଗିନ୍ଦ୍ର ଖାଡ଼ଙ୍ଗା, ସନାତନ ନାହାକ, କିରଣ ପଟ୍ଟନାୟକ, କୃଷ୍ଣ ସାହୁ, ବିଜୟ ନାହାକ, ରାଜାରାମ ସ୍ୱାଇଁ, ସନ୍ତୋଷ ମହାରଣାଙ୍କ ସମେତ ଗ୍ରାମ୍ୟ କମିଟି, ପୂଜା କମିଟି, ଯାତ୍ରା ପରିଚାଳନା କମିଟି କର୍ମର୍କିା, ସଦସ୍ୟ ଓ ଗ୍ରାମର ବହୁ ମହିଳା ଓ ପୁରୁଷ ଭକ୍ତ ମା’ଙ୍କ ଘଟ ପରିକ୍ରମା ସମୟରେ ଉପସ୍ଥିତ ରହି ପ୍ରଭୂକୃପା ଲାଭ କରିଥିଲେ । ଶାନ୍ତି ଶୃଙ୍ଖଳା ସକାଶେ ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ନେତୃତ୍ୱରେ ପୋଲିସ ଫୋର୍ସ ମୃତୟନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ