ଆଜି ଗୁରୁଦିବସ : ନିଆରା ଢଙ୍ଗରେ ଶିକ୍ଷାଦାନ କରୁଛନ୍ତି ଶିକ୍ଷକ ନିର୍ମଳ

ନିମାପଡା ( ସନ୍ତୋଷ ଦାଶ ): ଆଜି ସେପ୍ଟେମ୍ବର ମାସ 5 ତାରିଖ l ଦେଶ ର ପୂର୍ବତନ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣଙ୍କ ପବିତ୍ର ଜନ୍ମ ତିଥି l ସାରା ଦେଶ ତାଙ୍କୁ ସଂମ୍ମାନ ଜଣାଇବାକୁ ଏହି ଦିନ ଟିକୁ ଗୁରୁଦିବସ ଭାବେ ପାଳନ କରି ଆସୁଛି l ଶାସ୍ତ୍ର ରେ ଅଛି, ଗୁରୁ ଙ୍କୁ ନ ମଣିବ ନର l ସେ ତ ସାକ୍ଷାତ ଇଶ୍ୱର ll ଗୁରୁ ଙ୍କୁ ଭଗବାନ ଙ୍କ ଆସନ ଦିଆଯାଇଛି ଆମ ଓଡ଼ିଆ ସଂସ୍କୃତି ରେ l ସେଥିପାଇଁ କବି ଲେଖିଛନ୍ତି ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ୱର… l ଗୁରୁ ଙ୍କଠାରୁ ସତଶିକ୍ଷା ପାଇଲେ ଜଣେ ଭଲ ମଣିଷ ହୋଇପାରିବ l ସେ ସମୟ ଏବେ ନାହିଁ l ଗୁରୁ ଆଉ ଗୁରୁ ହୋଇ ରହିନାହାନ୍ତି ଶିକ୍ଷକ ହୋଇଯାଇଛନ୍ତି l ସେଥିପାଇଁ ଆଜି ର ସମାଜ ରେ ସମସ୍ତେ ଶିକ୍ଷିତ ହେଉଛନ୍ତି ସତ କିନ୍ତୁ ଭଲ ମଣିଷ ହୋଇପାରୁନାହାନ୍ତି l ତେବେ ନିମାପଡା ଏନ ଏ ସି ସ୍ଥିତ ପ୍ରାକ୍ଟିସିଂ ଉଚ୍ଚପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ନିର୍ମଳ କୁମାର ମିଶ୍ର ଙ୍କ ନିଆରା ଢଙ୍ଗ ର ଶିକ୍ଷାଦାନ ଏବେ ସମଗ୍ର ପୁରୀ ଜିଲ୍ଲା ରେ ଚର୍ଚ୍ଚା ର ବିଷୟ ପାଲଟିଛି l ସ୍ଥାନୀୟ ଅଣ୍ଢିଆ ଶାସନ ଗ୍ରାମ ର ଲିଙ୍ଗରାଜ ମିଶ୍ର ଙ୍କ ପୁଅ ନିର୍ମଳ ଦୀର୍ଘ 25 ବର୍ଷ ହେବ ଶିକ୍ଷକତା କରିଆସୁଛନ୍ତି l କୋଭିଡ କଟକଣା ପାଇଁ ଦୀର୍ଘ 2ବର୍ଷ ହେଲା ରାଜ୍ୟ ର ପ୍ରାଥମିକ ବିଦ୍ୟାଳୟ ଗୁଡିକ ବନ୍ଦ ରହିଛି l ଛାତ୍ର ଛାତ୍ରୀ ମାନେ ପାଠପଢିବାକୁ ବିଦ୍ୟାଳୟ କୁ ଯାଇପାରୁନାହଁlନ୍ତି l ମୋବlଇଲ ରେ ନେଟୱlର୍କ ନଥିବାବେଳେ ସବୁ ପରିବାର ପିଲା ଙ୍କ ପାଇଁ ମୋବlଇଲ କିଣିପାରୁନାହାନ୍ତି l ଏଣୁ ସରକାର ଙ୍କ ଦ୍ୱାରା କରାଯାଉଥିବା ଅନଲାଇନ ପାଠ ପଢା ରେ ସବୁ ଛାତ୍ର ଛାତ୍ରୀ ଉପକୃତ ହୋଇପାରୁନାହାନ୍ତି l ଏହି ସମୟ ରେ ନିର୍ମଳ ସାର ଘର ଘର ବୁଲି କୁନି କୁନି ଛାତ୍ର ଛାତ୍ରୀ ମାନଙ୍କୁ ପାଠ ପଢ଼ାଉଥିବା ଦେଖିବାକୁ ମିଳୁଛି l ଏଥିସହ ଛାତ୍ର ଛାତ୍ରୀ ଙ୍କୁ ଖାତା,ବହି କଲମ, ପେନସିଲ, ରବର ପ୍ରଭୃତି ପାଠ୍ୟ ଉପକରଣ ମଧ୍ୟ ପ୍ରଦାନ କରୁଛନ୍ତି l ଏହି ସମୟ ରେ ଘରେ ଘରେ ଛାତ୍ର ଛାତ୍ରୀ ମାନେ ପଢ଼ିବାର ସୁଯୋଗ ପାଉଥିବାରୁ ବହୁତ ଖୁସି ବ୍ୟକ୍ତ କରିବାସହିତ ନିର୍ମଳ ସାର ଙ୍କୁ ଅବିଭାବକ ମାନେ ଧନ୍ୟବାଦ ଜଣାଉଛନ୍ତି l କେବଳ ବିଦ୍ୟାଳୟ ରେ ପାଠ ପଢ଼ାଇଲେ ଯେ ଜଣେ ଶିକ୍ଷକ ହୋଇପାରିବ ତା ନୁହେଁ ସମୟ ର ତାଳଦେଇ କାଳ ସ୍ଥାନ ପାତ୍ର ଦେଖି ପାଠ ପଢ଼ାଇବା ସମସ୍ତ ଶିକ୍ଷକ ଙ୍କ କାର୍ଯ୍ୟ ହେବା ଉଚିତ ବୋଲି ନିର୍ମଳ ମିଶ୍ର ତାଙ୍କ ପ୍ରତିକ୍ରିୟା ରେ କହିଛନ୍ତି l ଆଜିର ଗୁରୁଦିବସ ରେ ଏପରି ନିଆରା ଢଙ୍ଗ ରେ ପାଠ ପଢ଼ାଉଥିବା ଗୁରୁ ନିର୍ମଳ ଙ୍କୁ ଧନ୍ୟବାଦ, କୃତଜ୍ଞତା ଜଣାଉଛି ବୋଲି କହିଛନ୍ତି ରାଜ୍ୟ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ l ନିର୍ମଳ ସାର ଙ୍କ ଘର ଘର ବୁଲି ଛାତ୍ର ଛାତ୍ରୀ ଙ୍କୁ ପାଠ ପଢ଼ାଇବା, ଶିକ୍ଷାଉପକରଣ ପ୍ରଦାନ କରିବା ଘଟଣା ଏବେ ସମଗ୍ର ପୁରୀ ଜିଲ୍ଲା ରେ ଚର୍ଚ୍ଚା ର ବିଷୟ ପାଲଟିଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ