ଆଜି ଦ୍ୱିତୀୟ ଦିନିକିଆ, ସିତିଜ୍ ଜିତିବା ଲକ୍ଷ୍ୟରେ ନ୍ୟୁଜିଲାଣ୍ଡ
ଅକଲାଣ୍ଡ :- ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଶନିବାର ଅକଲାଣ୍ଡର ଇଡେନ ପାର୍କରେ ଦ୍ୱିତୀୟ ଦିନିକିଆ ଆରମ୍ଭ ହୋଇଯାଇଛି। ଭାରତ ଏହି ମ୍ୟାଚ ଜିତି ସିରିଜକୁ ଫେରିବା ଲକ୍ଷରେ ରହିଛି। ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଫଳରେ ଘରୋଇ ନ୍ୟୁଜିଲାଣ୍ଡ ଦଳ ବ୍ୟାଟିଂ କରି ୮ ଓ୍ବିକେଟ ହରାଇ ୫୦ ଓଭରରେ ୨୭୩ ରନ କରିବାରେ ସକ୍ଷମ ହୋଇଛି । ଭାରତୀୟ ବୋଲରଙ୍କ ପକ୍ଷରୁ ଚହଲ ୩ଟି , ସର୍ଦୁଲ ଠାକୁର ୨ଟି ଓ ନବଦୀପ ସାଇନି ଗୋଟିଏ ଲେଖାଏଁ ୱିକେଟ ନେବାରେ ସଫଳ ହୋଇଥିଲେ। ମାର୍ଟିନ ଗୁପତିଲ (୭୯), ଟମ ବ୍ଲଣ୍ଡେଲ (୨୨), ହେନେରୀ ନିକୋଲ୍ସ (୪୧), ଟମ ଲାଥମ ( ୭୦), ଜିମ୍ମୀ ନୀଶମ ( ୩), କଲିନ ଡି ଗ୍ରାଣ୍ଡ ହୋମ ( ୫) ଓ ମାର୍କ ଚାପମ୍ୟାନ ( ୧ ), ଟିମ ସାଉଦି (୩) ରନ କରି ଆଉଟ ହୋଇଥିବାବେଳେ ରସ ଟେଲର ଓ କେଲି ଜାମିସନ ଶେଷ ପର୍ୟ୍ୟନ୍ତ ଲଢୁଆ ବ୍ୟାଟିଂ ଜାରି ରଖି ଦଳୀୟ ସ୍କୋରକୁ ୨୭୩ ପହଞ୍ଚାଇଥିଲେ। ରସ ଟେଲର ୭୩ ରନ ସଂଗ୍ରହ କରିଥିବାବେଳେ କେଲି ଜାମିସନ ୨୫ ରନ କରିଥିଲେ । ଏହି ମ୍ୟାଚରେ ଭାରତ ପାଇଁ ଶେଷ ସୁଯୋଗ ରହିଛି। ଯଦି ଏହି ମ୍ୟାଚରେ ଭାରତ ପରାସ୍ତ ହୁଏ, ତାହେଲେ ସିରିଜ ପରାଜୟର ସମ୍ମୁଖୀନ ହେବ। ତେଣୁ ଭାରତ ଏହି ମ୍ୟାଚ ଜିତି ସିରିଜକୁ ଫେରିବା ଲକ୍ଷ୍ୟରେ ରହିବ ଭାରତ । ୩ଟିକିଆ ମ୍ୟାଚ ବିଶିଷ୍ଟ ଏହି ସିରିଜରେ ନ୍ୟୁଜିଲାଣ୍ଡ ପ୍ରଥମ ମ୍ୟାଚ ଜିତି ୧-୦ରେ ଆଗୁଆ ରହିଛି। ନ୍ୟୁଜିଲାଣ୍ଡ ଆଜିର ମ୍ୟାଚ ଜିତିଲେ ସିରିଜ ଅକ୍ତିଆର କରିବ। ତେଣୁ ଦୁଇ ଦଳ ପାଇଁ ଏହି ମ୍ୟାଚ ଗୁରୁତ୍ଵପୂର୍ଣ୍ଣ ରହିବ ।


