ଚାଲିଛି ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ମତଦାନ

ନୂଆଦିଲ୍ଲୀ- ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆଜି ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇଯାଇଛି । ମତଦାନ ପାଇଁ ମମସ୍ତ ୭୦ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅବସ୍ଥାପିତ ମତଦାନ କେନ୍ଦ୍ରଗୁଡ଼ିକରେ ଭିଡ଼ ପରିଲକ୍ଷିତ ହୋଇଛି । ମତଦାନ ଦିନ ଅବସରରେ ପ୍ରଧାନମନ୍ତ୍ରୀ ଟୁଇଟ କରି କହିଛନ୍ତି, ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆଜି ମତଦାନର ଦିବସ । ସମସ୍ତ ମତଦାତାଙ୍କୁ ମୁଁ ଅପିଲ କରୁଛି କି, ସେମାନେ ଅଧିକରୁ ଅଧିକ ସଂଖ୍ୟାରେ ଭାଗ ନିଅନ୍ତୁ । ଗଣତନ୍ତ୍ରର ଏହି ମହୋତ୍ସବରେ ଭାଗ ନେଇ ନୂତନ ରେକର୍ଡ କରନ୍ତୁ । ପ୍ରଧାନମନ୍ତ୍ରୀ ଯୁବ ଭୋଟରଙ୍କୁ ଅଧିକ ଗୁରୁତ୍ୱ ଦେଇଛନ୍ତି । ଜାତୀୟ ରାଜଧାନୀର ୭୦ ବିଧାନସଭା ଆସନ ନିମନ୍ତେ ଚାଲିଥିବା ଭୋଟ୍ ଗ୍ରହଣରେ ଶନିବାର ପୂର୍ବାହ୍ନ ୧୦ଟା ସୁଦ୍ଧା ୫. ୫୧% ମତଦାନ ହୋଇଥିବା କଥା ଭାରତୀୟ ନିର୍ବାଚନ କମିସନ୍ ଅଧିକାରୀମାନେ କହିଛନ୍ତି। ସକାଳ ୮ଟାରୁ ସନ୍ଧ୍ୟା ୬ଟା ଯାଏଁ ୭୦ ଆସନ ନିମନ୍ତେ ଭୋଟ୍ ଗ୍ରହଣ କରାଯିବ। ଏଥିରେ ୧୪. ୭ ନିୟୁତରୁ ଅଧିକ ଭୋଟର୍ ୬୭୨ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ଭୋଟରମାନଙ୍କ ମଧ୍ୟରୁ ୮୧, ୦୫, ୨୩୬ ହେଉଛନ୍ତି ପୁରୁଷ, ୬୬, ୮୦, ୨୭୭ ହେଉଛନ୍ତି ମହିଳା ଏବଂ ୮୬୯ ହେଉଛନ୍ତି ତୃତୀୟ ଲିଙ୍ଗ ବର୍ଗର। ଆଜି ସକାଳେ ଭୋଟ୍ ଦେଇଥିବା ପ୍ରମୁଖ ବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଦିଲ୍ଲୀର ଲେଫ୍ଟ୍ନାଣ୍ଟ୍ ଗଭର୍ଣ୍ଣର୍ ଅନିଜ ବୈଜଲ୍। ଶନିବାର ପୂର୍ବାହ୍ନ ୧୧ଟା ସୁଦ୍ଧା ୬.୯୬% ମତଦାନ ସାବ୍ୟସ୍ତ ହୋଇଛି। ଏନେଇ ଭାରତୀୟ ନିର୍ବାଚନ କମିଶନ ଅଧିକାରୀ ସୂଚନା ଦେଇଛନ୍ତି । ସୂଚନା ଯୋଗ୍ୟ, ଦିନ ୧୦ ଟା ସୁଦ୍ଧା ୫.୫୧ % ମତଦାନ ହୋଇଥିଲା। ସକାଳ ୮ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ଯାଏଁ ଭୋଟ ଗ୍ରହଣ କରାଯିବ। ମତଦାନ ପ୍ରକ୍ରିୟାରେ ୧୪.୭ ନିୟୁତରୁ ଅଧିକ ଭୋଟର ୬୭୨ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ