ଆଜି ପ୍ରଚାରକୁ ଓହ୍ଲାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ- ପାଖେଇ ଆସୁଛି ଦିଲ୍ଲୀ ବିଧାନସଭା ନିର୍ବାଚନ ନିଜ ଦଳ ସପକ୍ଷରେ ପ୍ରଚାର କରିବା ପାଇଁ ମଇଦାନୁ ଓହ୍ଲାଇଛନ୍ତି ଷ୍ଟାର ପ୍ରଚାରକ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେ ପୂର୍ବ ଦିଲ୍ଲୀର କାରକାରଡୁମାଠାରେ ଏକ ଜନସଭାକୁ ଉଦ୍ବୋଧନ ଦେବାର କାର‌୍ୟ୍ୟକ୍ରମ ରହିଛି। ଏହା ଅପରାହ୍ନ ରେ ସିବିଡି ଗ୍ରାଉଣ୍ଡରେ ଆୟୋଜିତ ହେବ। ଭାରତୀୟ ଜନତା ପାର୍ଟି ର ଏହି ଷ୍ଟାର ପ୍ରଚାରକ ମଙ୍ଗଳବାର ଦକ୍ଷିଣପଶ୍ଚିମ ଦିଲ୍ଲୀର ଦ୍ୱାରକା ଅଞ୍ଚଳରେ ଆଉ ଏକ ରାଲିରେ ଯୋଗ ଦେବାର କାର‌୍ୟ୍ୟକ୍ରମ ରହିଛି। ଭାଜପାର ଜଣେ ବରିଷ୍ଠ ନେତା ଏହି ସୂଚନା ଦେଇଛନ୍ତି। କେନ୍ଦ୍ରୀୟ ବଜେଟ ପରେ ଏହି ରାଲିର ଆୟୋଜନ କରାଯାଇଥିବା ବେଳେ ଭୋଟରଙ୍କୁ ନିଜ ଆଡକୁ ଆକର୍ଷିତ କରିବାରେ ମୋଦିଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ ବୋଲି ଦଳ ପକ୍ଷରୁ ଅନୁମାନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ