ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନରେ ବାୟୋଗ୍ୟାସ ପ୍ରକଳ୍ପର ଉଦ୍‌ଘାଟନ ଉତ୍ସବ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଭାରତ ସରକାରଙ୍କ ଦ୍ୱାରା ପରିଚାଳିତ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନରେ ପୁରାତନ ଛାତ୍ର ସଂସଦର ପ୍ରଚେଷ୍ଟା ଓ ଆର୍ଥିକ ସହାୟତାରେ ବାୟୋଗ୍ୟାସ ପ୍ରକଳ୍ପ ଉଦ୍‌ଘାଟିତ ହୋଇଯାଇଛି । ଏଥିରେ ପ୍ରତିଷ୍ଠାନର ଅଧ୍ୟକ୍ଷ ଡ. ପ୍ରକାଶ କୁମାର ଅଗ୍ରୱାଲା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରକଳ୍ପଟିକୁ ଉଦ୍‌ଘାଟନ କରିବା ସହ ଏତାଦୃଶ କାର୍ଯ୍ୟ ପାଇଁ ପ୍ରାକ୍ତନ ଛାତ୍ର ସଂଗଠନକୁ ପ୍ରଶଂସା କରିଥିଲେ । ତାଙ୍କ ସଂକ୍ଷିପ୍ତ ବକ୍ତବ୍ୟରେ ଡ. ଅଗ୍ରୱାଲା କହିଥିଲେ ଯେ ଏହାଦ୍ୱାରା ସୁସ୍ଥ ପରିବେଶ ସୃଷ୍ଟି ହେବା ସହିତ ଜାଳେଣି ଗ୍ୟାସ୍ ଉତ୍ପାଦନ ହୋଇପାରିବ । ପ୍ରାରମ୍ଭରେ ସଂଗଠନର ସଭାପତି ଡ. ହାଡ଼ିବନ୍ଧୁ ପଟ୍ଟନାୟକ ଓ ସମ୍ପାଦକ ପ୍ରାଧ୍ୟାପକ ସହଦେବ ମଲ୍ଲିକ ମୁଖ୍ୟ ଅତିଥିଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ତୁଳସୀ ଗଛ ଦେଇ ସ୍ୱାଗତ କରିଥିଲେ । ଏହି ଅବସରରେ ଏନ୍‌.ସି.ଇ.ଆର୍‌.ଟି.ର ପ୍ରାକ୍ତନ ନିର୍ଦ୍ଦେଶକ ପ୍ରଫେସର ହୃଷିକେଶ ସେନାପତି, ପ୍ରତିଷ୍ଠାନର ଡିନ୍ ପ୍ରଫେସର ସନ୍ଧ୍ୟାରାଣୀ ସାହୁ, ଛାତ୍ର ପରିଷଦର ଉପଦେଷ୍ଟା (ପ୍ରଫେସର ଡ. ରୀତାଞ୍ଜଳି ଦାଶ) ତଥା ନାକ୍ କମିଟିର ଆବାହିକା, ପ୍ରଶାସନିକ ଅଧିକାରୀ, ଜାତୀୟ ସେବା ଯୋଜନା ଅଧିକାରୀ ପ୍ରଫେସର ମାଳିଙ୍ଗ କେତକୀ, ପ୍ରଫେସର ଅରୂପ ସାହା, ପ୍ରତିଷ୍ଠାନର ଏଷ୍ଟାବ୍ଲିସ୍‌ମେଣ୍ଟ୍ ଅଧିକାରୀ ଶ୍ରୀଯୁକ୍ତ ସୁଶାନ୍ତ କୁମାର ରାଉତ, ବହୁ ଅଧ୍ୟାପକ, କର୍ମଚାରୀବୃନ୍ଦ ଯୋଗ ଦେଇଥିଲେ । ପୁରାତନ ଛାତ୍ର ସଂସଦର ପୂର୍ବତନ ସଭାପତି ତଥା ବର୍ତ୍ତମାନର ଉପଦେଷ୍ଟା ପ୍ରଫେସର ଦୁର୍ଯ୍ୟୋଧନ ପରିଡ଼ା ଉପଦେଷ୍ଟା ମଣ୍ଡଳୀର ସଦସ୍ୟ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ଭଞ୍ଜ, ଶ୍ରୀଯୁକ୍ତ ପ୍ରଦୀପ କୁମାର ବେହେରା, ଉପସଭାପତି ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ପାତାଳସିଂହ, କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ବିଜୟ କୁମାର ରାଉତ, ପୂର୍ବତନ ସମ୍ପାଦକ ତଥା କାର୍ଯ୍ୟନିର୍ବାହୀ ସଭ୍ୟ ଶ୍ରୀଯୁକ୍ତ ଚକ୍ରଧର ଦାଶ, ଶ୍ରୀଯୁକ୍ତ ଦେବୀ ପ୍ରସନ୍ନ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । ପ୍ରକଳ୍ପ କାମର ଦାୟିତ୍ୱ ବହନ କରିଥିବା ମୁଖ୍ୟ ଶ୍ରୀଯୁକ୍ତ ମାନସ କୁମାର ଶତପଥୀ ଏହାର କାର୍ଯ୍ୟକାରିତା ଉପରେ ବିଶ୍ଳେଷଣ କରିବା ସହିତ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ