ଦଶମ ପରୀକ୍ଷାରେ ବଡ଼ ସଫଳତା,ପରିଶ୍ରମ ଆଗରେ ହାର ମାନିଲା ଅର୍ଥ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ସାନଖେମୁଣ୍ଡି ବ୍ଲକ ମୌଳାଭଣଜା ପଞ୍ଚାୟତ ସରକାରୀ ନୋଡାଲ ହାଇସ୍କୁଲ ର ଦଶମ ଶ୍ରେଣୀ ଛାତ୍ରୀଙ୍କ ବଡ଼ ସଫଳତା।ଦଶମ ପରୀକ୍ଷାରେ ୫୪୭ ନମ୍ବର ରଖି ଶତକଡା ୯୧ ପ୍ରତିଶତ ରଖି ସଫଳତା ପାଇବା ପ୍ରଚାର ପରେ ଅଞ୍ଚଳ ରେ ଏକ ଖୁସିର ଲହରୀ ଖେଳି ଯାଇଛି।ତିଳେଶ୍ୱର ଗ୍ରାମର ନିରଞ୍ଜନ ପାତ୍ର ଓ ନମିତା ପାତ୍ର ଙ୍କ ଝିଅ ରାଣୀ ପାତ୍ର ଙ୍କ ସଫଳତା ଦେଖିଲେ ମନେ ହୁଏ ଯେ ପରିଶ୍ରମ ଆଗରେ ହାର ମାନିଛି ଅର୍ଥ ।ପିଲାଟି ଏକ ଗରିବ ପରିବାର ରୁ ଜନ୍ମ ଗ୍ରହଣ କରିଥିଲେ ମଧ୍ୟ ଆଜି ସଫଳତା ର ଶୀର୍ଷରେ ପହଞ୍ଚି ପାରିଛନ୍ତି.ବାପା ନିରଞ୍ଜନ ଦାଦନ ଶ୍ରମିକ କାମ ପାଇଁ ସୁଦୂର ସୁରଥ ସୂତାକଳରେ କାମ କରି ପରିବାର ପ୍ରତିପୋଷଣ କରନ୍ତି. ଏହି କାରଣ ରୁ ଝିଅକୁ ସରକାରୀ ବିଦ୍ୟାଳୟ ରେ ପାଠ ପଢାଇଥିଲେ।କିନ୍ତୁ ମୋଡେଲ କୋଚିଙ୍ଗ ସେଣ୍ଟର ମୌଳାଭଣଜା ଏହି ଛାତ୍ରୀଙ୍କ ପାଠ ପଢ଼ିବା ଆଗ୍ରହ ଦେଖି ବିନା ଦେୟରେ ଶିକ୍ଷା ଦାନ କରି ସଫଳତା କରାଇପାରିଥିଲେ। ଏହି ସଫଳତା ପାଇଁ ଛାତ୍ରୀ ଜଣକ ନିଜ ବାପା ମାଆ ଓ ଟିୟୁସନ ଶିକ୍ଷକ ଭଗବାନ ସେଠୀ, ପବିତ୍ର ସେଠି, ନରେନ୍ଦ୍ର ପ୍ରଧାନ, ମୁକେଶ ପାତ୍ର, ସୁକାନ୍ତ ଗୌଡ଼., ଚିଣ୍ଟୁ ପାତ୍ର ଙ୍କୁ ଶ୍ରେୟ ଦେଇଛନ୍ତି.ସେ ବଡ଼ ହେଲେ ଭଲ ପାଠ ପଢ଼ି ଡାକ୍ତର ହୋଇ ଗରିବ ଲୋକଙ୍କ ସେବା କରିବି ବୋଲି ଇଚ୍ଛା ରଖିଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ