ପାରିବାରିକ କଳହ ଯୋଗୁ ରେଳ ଧାରଣାରେ ଜୀବନ ଦେଲେ ଯୁବକ

ବନ୍ତ, (ଚାନ୍ଦିନୀ ମହାନ୍ତି):ବୁଧବାର ରାତିରେ ବନ୍ତ ଥାନା ଅଧିନ ଭଣ୍ଡାରଗଢିଆ ଗ୍ରାମର ଜଣେ ଯୁବକ ପାରିବାରିକ କହଳ ଯୋଗୁ କେନ୍ଦୁଆପଦା ଷ୍ଟେସନ ଓ ଦକ୍ଷିଣ କ୍ୟାବିନ ମଧ୍ୟରେ ଥିବା ୩ନଂ. ଡାଉନ୍ ରେଳ ଧାରଣାରେ କଟି ଜୀବନ ଦେଇଥିବା ଜଣାଯାଇଛି । ମୃତ ଯୁବକ ଜଣକ ଉକ୍ତ ଗ୍ରାମର ସ୍ୱର୍ଗତ ଶ୍ୟାମ ସୁନ୍ଦର ଲେଙ୍କାଙ୍କ ପୁଅ ପ୍ରଦ୍ୟୁମ୍ନ(୪୨) ବୋଲି ଭଦ୍ରକ ଜି.ଆର୍‌.ପି ଥାନା ପକ୍ଷରୁ ଜଣାଯାଇଛି । ପ୍ରକାଶ ଯେ, ଭଣ୍ଡାଗଢିଆ ଗ୍ରାମର ସ୍ୱର୍ଗତ ଶ୍ୟାମ ସୁନ୍ଦର ଲେଙ୍କାଙ୍କର ୨ ପୁଅ ଥିବା ବେଳେ ପ୍ରଦ୍ୟୁମ୍ନ ବଡ ପୁଅ ଅଟନ୍ତି । ଗତ ୧୭ ବର୍ଷ ତଳେ ସେ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଆଇତିପୁର ଗ୍ରାମରୁ ବିବାହ କରିଥିଲେ । ଗତ କିଛି ବର୍ଷ ସେ ବାହାରେ ରହି ରୋଜଗାର କରି ଯାହା ଉପାର୍ଜ୍ଜନ କରୁଥିଲେ ସେଥିରୁ ପରିବାର ଚଳାଇ ଆସୁଥିଲେ । ତାଙ୍କର ୨ ପୁଅ ଅଛନ୍ତି । ବଡ ପୁଅ ସନ୍ଦୀପ(୧୬) ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଇ ପାସ୍ କରିଛନ୍ତି । ସାନପୁଅ ଶୁଭକାନ୍ତ(୧୪) ୯ମ ଶ୍ରେଣୀରେ ପାଠ ପଢୁଛନ୍ତି । ଏହାରି ମଧ୍ୟରେ ଦୁଃଖେକଷ୍ଟେ ପରିବାର ଚଳାଇ ଆସୁଥିବା ବେଳେ ସେ ଗତ କିଛି ଦିନ ହେବ ପାରିବାରିକ କଳହ ଯୋଗୁ ମାନସିକ ଚାପରେ ରହି ଆସୁଥିଲେ । ବୁଧବାର ରାତି ୮ଟା ବେଳେ କେନ୍ଦୁଆପଦା ରେଳ ଷ୍ଟେସନ ନିକଟରେ ତାଙ୍କର ମୃତ ଦେହ ଦେଖିବାକୁ ମିଳିଥିଲା । ଏସଂପର୍କରେ ସ୍ଥାନୀୟ ଲୋକେ ଷ୍ଟେସନ ମାଷ୍ଟରଙ୍କୁ ଖବର କରିଥିଲେ । ପରେ ଭଦ୍ରକ ଜି.ଆର୍‌.ପି ପୋଲିସ ଘଟଣା ସ୍ଥଳରେ ପହଞ୍ôଚମୃତ ଦେହକୁ ଚିହ୍ନଟ କରି ଏକ ମାମଲା ରୁଜ୍ଜୁ କରିବା ସହ ଶବ ବ୍ୟବଚ୍ଛେଦ କରାଇ ପରିବାରଲୋକଙ୍କୁ ହସ୍ତାନ୍ତର କରିଥିଲା । ପ୍ରଦ୍ୟୁମ୍ନଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ