ଆତଙ୍କୀ କସାବକୁ ମାରି ଭାରତକୁ ବଦନାମ୍ କରିବାକୁ ଚାହୁଁଥିଲା ପାକିସ୍ଥାନ

ମୁମ୍ବାଇ : ମୁମ୍ବାଇର ତାଜ ହୋଟେଲ ଆକ୍ରମଣ ର ଘଟଣା ଯେତେବେଳେ ମନେପଡେ ସେତେ ବେଳେ ହୃଦୟର ଲୋମ ଟାଙ୍କୁରି ଉଠିପଡେ । ଏଥିସହ ଦୁର୍ଦାନ୍ତ ଆତଙ୍କବାଦୀ କସବ ର ଚେହେରା ବି ମନକୁ ଆପେ ଆପେ ଚାଲିଆସେ । ମୁମ୍ବାଇ ଆତଙ୍କବାଦୀ ଆଜମଲ କସାବକୁ ନେଇ ଆସିଛି ଏକ ନୂଆ ତଥ୍ୟ । କସାବକୁ ପାକିସ୍ତାନ ହତ୍ୟା କରି ଭାରତର ହିନ୍ଦୁ ବୋଲି ପରିଚୟ ଦେଇ ଭାରତର ନାମକୁ ବଦନାମ କରିବାକୁ ଚାହୁଁଥିଲା । ଏଭଳି ଆଉ ଏକ ପାକିସ୍ଥାନ ଚାଲ କରିଥିବା କୁଟନୀତି ବହୁ ବର୍ଷ ପରେ ପରଦା ଫାସ ହୋଇଛି । ଏହି ଫର୍ଦାଫାସ ମୁମ୍ବଇର ପୂର୍ବତନ ପୁଲିସ କମିଶନର ରାକେଶ ମାରିୟା ନିଜ ପୁସ୍ତକ ‘ଲେଟ୍ ମି ସେ ଇଟ୍ ନାଓ’ ଜରିଆରେ ଏହି ତଥ୍ୟ ଲୋକଲୋଚନକୁ ଆଣିଛନ୍ତି। ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ଚାହୁଁଥିଲା ଭାରତ କସାବକୁ ଜଣେ ହିନ୍ଦୁ ବୋଲି ମାନିନେଉ ଏବଂ ଏଥିପାଇଁ ଆଇଏସଆଇ ଦାଉଦ ଇବ୍ରାହିମ ଗ୍ୟାଙ୍ଗକୁ ସୁପାରି ଦେଇଥିଲା ବୋଲି ରାକେଶ ତାଙ୍କ ପୁସ୍ତକରେ ଉଲ୍ଲେଖ କରିଛନ୍ତି। ପୁସ୍ତକରୁ ହସ୍ତଗତ ତଥ୍ୟ ଅନୁସାରେ, କସାବର ପରିଚୟ ବେଙ୍ଗାଲୁରୁ ନିବାସୀ ସମୀର ଦିନେଶ ଚୌଧୁରୀ ନାମରେ କରାଯାଇଥିଲା। ଏଥିପାଇଁ ପରିଚୟପତ୍ର ପ୍ରସ୍ତୁତ ହୋଇଥିଲା ଏବଂ ତା’ର ହାତରେ ଲାଲ୍ ରଙ୍ଗର ରକ୍ଷା ସୂତ୍ର ବନ୍ଧାଯାଇଥିଲା। ଲଶ୍କର-ଏ-ତୋଇବା ମୁମ୍ବଇ ଆକ୍ରମଣକୁ ହିନ୍ଦୁ ଆତଙ୍କବାଦ ବୋଲି ଦର୍ଶାଇବାକୁ ଚାହୁଁଥିଲା। ତେଣୁ କସାବକୁ ବେଙ୍ଗାଲୁରୁ ନିବାସୀ ସମୀର ଚୌଧୁରୀ ଭାବେ ଦର୍ଶାଯିବା ସହିତ ସମସ୍ତ ଟିଭି ଚ୍ୟାନେଲ ଏବଂ ଗଣମାଧ୍ୟମ ସଂସ୍ଥା ତା’କୁ କିପରି ହିନ୍ଦୁ ଆତଙ୍କବାଦୀ ପରିଚୟ ଦେଇ ଖବର ପ୍ରସାରଣ କରିବେ ସେ ନେଇ ଲଶ୍କର ଯୋଜନା କରିଥିଲା। ଏଭଳି କି କସବ ସହ କଥାବାର୍ତ୍ତା ମଧ୍ୟ କରୁଥିବା ବେଳେ ତଦନ୍ତ କରୁଥିବା ଅଧିକାରୀଙ୍କୁ ସମ୍ମାନ ଜଣାଇ ସାର ବୋଲି ସଂମ୍ବୋଧନ କରିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ