ପୋଲିସ ନିକଟରେ ହାର୍ଡକୋର ମାଓବାଦୀର ଆତ୍ମସମର୍ପଣ

କଳାହାଣ୍ଡି,(ଯୁଗାବ୍ଦ ନ୍ୟୁଜ୍‌): ମାଓବାଦୀ ମାନେ ହିଂସା ପଥ ଛାଡି ଧିରେ ଧିରେ ଆପଣେଇଲେଣି ଅଂହିସା ପଥ । ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ସମାଜର ଉନ୍ନତି ଦିଗରେ ଚାଲିବା ପାଇଁ ଅଣ୍ଟା ଭିଡି ସଜବାଜ ହେଉଛନ୍ତି । ଗୋଟିଏ ପରେ ଗୋଟିଏ ମାଓବାଦୀ ପୋଲିସ ପ୍ରଶାସନ ନିକଟରେ ଆତ୍ମସମର୍ପଣ କରୁଥିବା ବେଳେ ମଙ୍ଗଳବାର ଦିନ ପୁଣି ଥରେ ଜଣେ ହାର୍ଡ କୋର ମାଓବାଦୀ କଳାହାଣ୍ଡି ପୋଲିସ ଆରକ୍ଷି ଅଧିକ୍ଷକ ନିକଟରେ ଆତ୍ମସମର୍ପଣ କରିଛି । ଆତ୍ମସମର୍ପଣ କରିଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବି ଗଙ୍ଗାଧର । ଆତ୍ମ ସମର୍ପଣ କରିଥିବା ମାଓବାଦୀର ପରିଚୟ ରାସ ଦାସ ବୋଲି ଜଣାପଡିଛି । ଏଥି ସେ ୨୦୦୯ ମସିହାରେ ମାଓବାଦୀ ସଂଗଠନରେ ଯୋଗଦେଇଥିବା ବେଳେ ୨୦୧୦ ଓ ୨୦୧୮ ମସିହା ପର‌୍ୟ୍ୟନ୍ତ କନ୍ଧମାଳ ର ଖଡଙ୍ଗ ଏରିଆ କମିଟି ଓ କଳାହାଣ୍ଡି ର ଏମ .ରାମପୁର ଥାନାର ରାହୁଲ ଏରିଆ କମିଟି ର ସଦସ୍ୟ ଭାବେ କାର‌୍ୟ୍ୟ କରି ଆସୁଥିଲେ ।ସେ କଳାହାଣ୍ଡି ଜିଲ୍ଳାର ଏମ ରାମପୁର ଥାନାର ବିଭିନ୍ନ ଅଞ୍ଚଳରେ ମାଓବାଦୀଙ୍କ ବର୍ବର କାଣ୍ଡ ରେ ସାମିଲ ଥିବା ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ