ଆଦର୍ଶ ଗ୍ରାମର ସୁନାମଧନ୍ୟ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧନା

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍‌): କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଜମଧର ପଂଚାୟତର ଆଦର୍ଶ ଗ୍ରାମ ଜମଧର ଗ୍ରାମେର ଭଲକାମ କରୁଥିବା ବ୍ୟକ୍ତିମାନଙ୍କୁ ଗ୍ରାମବାସୀଙ୍କ ଉପସ୍ଥିତିରେ ଗ୍ରାମତରଫରୁ ଏକ ସଭାରେ ସମ୍ବର୍ଦ୍ଧିତ କରାଯାଇଛି । ଏହି ଉପଲକ୍ଷେ ପଂଚାୟତର ପୂର୍ବତନ ସରପଂଚ ଅଭିମନ୍ୟୁ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟଅତିଥି ଭାବେ ବିଶିଷ୍ଟ ଶିକ୍ଷାବୀତ ଦେବକୀ ନନ୍ଦନ ମିଶ୍ର, ମୁଖ୍ୟବକ୍ତା ଭାବେ ଅବସର ପ୍ରାପ୍ତ ଶିକ୍ଷକ ରମେଶ ଚନ୍ଦ୍ର ପତି, ସମ୍ମାନୀତ ଅତିଥି ଭାବେ ଜମଧର ପ୍ରାଥମିକ କୃଷି ସମବାୟ ସମିତିର ସଭାପତି କାର୍ତ୍ତିକ ଚରଣ ନାୟକ, ସମ୍ପାଦକ ବୈରାଗୀ ଚରଣ ସାହୁ, ଡେଲଟା କଲେଜର ଅଧ୍ୟାପକ ଅଶୋକ କୁମାର ଦାସ, ଯାଜପୁରର ଉପ ଆରକ୍ଷୀ ଅଧିକ୍ଷକ ନାରଣ ବାରିକ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ଗ୍ରାମର ସର୍ବବିଧ ଉନ୍ନତି,ଗରୀବ ଛାତ୍ରଛାତ୍ରୀଙ୍କୁ ମାଗଣା ଶିକ୍ଷାଦାନ,ଦରିଦ୍ରଙ୍କୁ ଅର୍ଥଦାନ,ରୋଗୀଙ୍କୁ ରକ୍ତଦାନ ଦୀର୍ଘ ଅର୍ଦ୍ଧ ଶତାଦ୍ଦି ଧରି କରିଆସୁଥିବା ଏହି ଗ୍ରାମ ଏବଂ ଅଚଂଳର ବ୍ୟକ୍ତିତ୍ୱ ବାନାମ୍ବର ସାହୁ,ରବିନ୍ଦ୍ର ନାଥ ଦାସ,ଭୈଷ୍ଣବ ଚରଣ ଦାସ,ଗୈାରାଙ୍ଗ ଚରଣ ଦାସ,ଗୋପବନ୍ଧୁ ବେହେରା,ଦୋଳଗୋବିନ୍ଦ ବେହେରା,ପ୍ରଫୁଲ୍ଲ କୁମାର ଦାସ,ସୁରେଶ କୁମାର ଦାସ ଓ ଶୁକଦେବ ଜେନାଙ୍କୁ ପୁଷ୍ପଗୁଛ,ଉତ୍ତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଗ୍ରାମ ତରଫରୁ ରମେଶ ଦାସ ଓ ଗୋପବନ୍ଧୁ ଦାସ ସେମାନଙ୍କ କାର୍ଯ୍ୟ ସମ୍ପର୍କରେ ବର୍ଣ୍ଣନା କରି ଗ୍ରାମରେ ଉଚିତ ନ୍ୟାୟ କରାଯିବା ସହିତ ଗ୍ରାମରେ ଥିବା ମୁସଲମାନ ସଂପ୍ରଦାୟର ୨ଶହ ଲୋକମାନଙ୍କ ସହ ସୁ ସମ୍ପର୍କ ରକ୍ଷା କରି ଏକ ଆଦର୍ଶ ଗ୍ରାମ ଭାବରେ ଗଢି ତୋଳିଥିବା ପ୍ରକାଶ କରିଥିଲେ । ସଭାରେ ଉପସ୍ଥିତ ୨ଶହ ଗ୍ରାମବାସୀଙ୍କୁ ମିଷ୍ଟାନ୍ନ ବଂଟନ କରାଯାଇଥିଲା । ଶେଷରେ ପ୍ରମୋଦ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ