ଆଦର୍ଶ ଶିକ୍ଷକଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ତରଙ୍ଗଡା ପଞ୍ଚାୟତ ଅନ୍ତର୍ଗତ ଆମ୍ବାଝରୀ ସରକାରୀ ପ୍ରାଥମିକ ବିଦ୍ୟାଳୟର ଆଦର୍ଶ ଶିକ୍ଷକ ଦୀନବନ୍ଧୁ ସାମଲ ଚଳିତ ମାସ ୩୧ରେ ଅବସର ନେବେ । ଏହା ପୂର୍ବରୁ ତାଙ୍କ ପେନ୍‌ସନ୍ ସେଟେଲ୍‌ମେଣ୍ଟ ହୋଇଛି । ଏନେଇ ତାଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯିବା ସହ ତାଙ୍କୁ ଓଡିଶା ହିସାବ ନିୟନ୍ତ୍ରକଙ୍କ ଚିଠା ଓ ଅନ୍ୟାନ୍ୟ ଦସ୍ତାବିଜ ହସ୍ତାନ୍ତର କରାଯାଇଛି । ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀ ଶିକ୍ଷାଧୀକାରୀ ନୟନ ମଣ୍ଡଳଙ୍କ ସମେତ ବ୍ଲକର ଉପଗୋଷ୍ଠୀ ଶିକ୍ଷାଧିକାରୀ ବାବାଜୀ ପ୍ରଧାନ, ଶ୍ରୀ କଓଁର, ବରିଷ୍ଠ କିରାଣୀ ମୁରଲୀ ବେହେରା, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୁର୍ଗା ପ୍ରସାଦ ପଟ୍ଟନାୟକ ପ୍ରମୁଖ ଉପସ୍ଥିତଥିଲେ । ଜିଲ୍ଲା ଶିକ୍ଷାଧୀକାରୀ ପ୍ରଦୀପ କୁମାର ନାଗଙ୍କ ନିର୍ଦ୍ଦେଶକ୍ରମେ ଗୋଷ୍ଠୀ ଶିକ୍ଷାଧିକାରୀ ନୟନ ମଣ୍ଡଳ ଉକ୍ତ ଶିକ୍ଷକଙ୍କ ସମସ୍ତ କାଗଜ ପତ୍ର ଓଡିଶା ହିସାବ ନିୟନ୍ତ୍ରକଙ୍କ ନିକଟକୁ ପ୍ରେରଣ କରିଥିଲେ । ଆଗୁଆ ପେନ୍‌ସନ୍ କାଗଜ ସମସ୍ତ ଓ ତତ୍ ସମ୍ପର୍କିତ ନିର୍ଦ୍ଦେଶନାମ ଆସିବାରେ ଶ୍ରୀ ସାମଲ ଜିଲ୍ଲାର ଦ୍ୱିତୀୟ ବରିଷ୍ଠ ଶିକ୍ଷକ । ଭୁବନେଶ୍ୱର ସ୍ଥିତ ହିସାବ ନିୟନ୍ତ୍ରକ ସୁବ୍ରତ କୁମାର ସେନାପତି ଓ ଯୁଗ୍ମ ହିସାବ ନିୟନ୍ତ୍ରକ ଦୀପାରାଣୀ ଦୋରାଙ୍କ ସହଯୋଗରେ ଏହା ତ୍ୱରାନ୍ୱିତ ହୋଇଥିଲା । ହିସାବ ନିୟନ୍ତ୍ରକଙ୍କ ଓଡିଶାଙ୍କ ଚିଠି ନଂ ୧୩୪୪୩୬ ଅନୁଯାୟୀ ଶ୍ରୀ ସାମଲ ମାସିକ ପେନ୍‌ସନ୍‌, ଗ୍ରାଚ୍ୟୁଇଟି ଓ କମ୍ୟୁଟେଡ୍ ଭେଲ୍‌୍ୟୁ ପେନ୍‌ସନ୍ ଆଦି ସେ ପାଇବେ । ବିଦାୟ ସମ୍ବର୍ଦ୍ଧନାରେ ଆଦର୍ଶ ଶିକ୍ଷକ ଶ୍ରୀସାମଲଙ୍କ ଶିକ୍ଷାଦାନ ପଦ୍ଧତ୍ତି ଓ ଛାତ୍ର ବତ୍ସଳତା ଉପରେ ଆଲୋକପାତ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ