ଆମେରିକାକୁ ବିପଦ : ଆଫଗାନିସ୍ତାନକୁ ଫେରିଲା ଓସାମା ବିନ୍ ଲାଡେନର ଘନିଷ୍ଠ ସହଯୋଗୀ
ନୂଆଦିଲ୍ଲୀ: ଆଫଗାନିସ୍ତାନକୁ ତାଲିବାନୀମାନେ ଅକ୍ତିଆର କରିବା ପରେ ଏବେ ତାହା ଆତଙ୍କବାଦୀଙ୍କ ପାଇଁ ଅଭେଦ୍ୟ ଗଡ଼ ପାଲଟିଛି । ଏହା ମଧ୍ୟରେ ଆଉ ଜଣେ କୁଖ୍ୟାତ ଆତଙ୍କବାଦୀ ତଥା ଆମେରିକାକୁ ବ୍ୟତିବ୍ୟସ୍ତ କରିଦେଇଥିବା ଓସାମାବିନ ଲାଦେନର ପୂର୍ବତନ ସହଯୋଗୀ ଅମିନ ଉଲ୍ହକ୍ ଆଫଗାନିସ୍ତାନକୁ ଫେରିଛି । କ୍ଷମତାକୁ ଆସିବା ପରେ ତାଲିବାନ ଜେଲରେ ବନ୍ଦୀ ଥିବା କଏଦୀମାନଙ୍କୁ ବାହାର କରିଥିବା ବେଳେ ଏବେ ଆଫଗାନିସ୍ତାନକୁ ଫେରୁଛନ୍ତି ବଡ଼ ବଡ଼ ଆତଙ୍କବାଦୀ। ଆଫଗାନିସ୍ତାନ ଅଲ-କାଏଦାର ପ୍ରମୁଖ ନେତା ଅମିନ-ଉଲ-ହକ ଏବେ ନାଙ୍ଗରହାର ପ୍ରଦେଶକୁ ଫେରିଥିବା ଜଣାପଡ଼ିଛି। ୨୦୧୧ରେ ପାକିସ୍ତାନର ଆବୋଟାବାଦରେ ଆମେରିକାର ସୈନ୍ୟବାହିନୀ ଦ୍ୱାରା ନିହତ ହୋଇଥିବା ଅଲ-କାଏଦାର ମୁଖ୍ୟ ଓସାମା ବିନ୍ ଲାଡେନଙ୍କର ଅମିନ-ଉଲ-ହକ ଜଣେ ଘନିଷ୍ଠ ସହଯୋଗୀ ଥିଲା। ଅମିନ-ଉଲ-ହକ ଟୋରା ବୋରାରେ ଓସାମା ବିନ୍ ଲାଡେନର ସୁରକ୍ଷା ଦାୟିତ୍ୱରେ ଥିଲେ ଏବଂ ୮୦ ଦଶକରେ ଯେତେବେଳେ ସେ ମକତବା ଅଖିଦମତରେ ଅବଦୁଲ୍ଲା ଅଜ୍ଜମଙ୍କ ସହ କାମ କରିଥିଲେ ସେତେବେଳେ ସେ ଓସାମା ବିନ୍ ଲାଡେନଙ୍କ ନିକଟତର ହୋଇଥିଲେ।


