ସ୍ଵେଚ୍ଛାସେବୀ ଅନୁଷ୍ଠାନ ଅରୁଣା ତରଫରୁ ଶିଶୁଙ୍କୁ ରାସନ ବାସ୍କେଟ ବଣ୍ଟନ
ବ୍ରହ୍ମପୁର, (ଅନିଲ କୁମାର): ରାଜ୍ୟର ଅଗ୍ରଣୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଅରୁଣା ତରଫରୁ ଆଜି ଇଞ୍ଜିନିୟରିଙ୍ଗ ସ୍କୁଲ ନିକଟ ରାଜସ୍ବ ଡାକ ବଙ୍ଗଳା ରେ ବ୍ରହ୍ମପୁର ମହାନଗର ନିଗମ ର ୧୨୨ ଜଣ ପିତମାତା ବିହୀନ ଶିଶୁଙ୍କୁ ରାସନ ବାସ୍କେଟ ବଣ୍ଟନ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବ୍ରହ୍ମପୁର ମହାନଗର ନିଗମ ର କମିଶନର ସିଦ୍ଧେଶ୍ଵର ବଲିରାମ୍ ବୋନ୍ଦାର୍ ଏବଂ ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ଉପଜିଲ୍ଲାପାଳ ଭି କିର୍ତ୍ତି ଭାସନ୍ ଯୋଗଦେଇ ଶିଶୁମାନଙ୍କୁ ରାସନ ବାସ୍କେଟ ବଣ୍ଟନ କରିଥିଲେ । ଅରୁଣାର ସମ୍ପାଦିକା ଅତିଥି ପରିଚୟ ପ୍ରଦାନ କରିଥିଲେ ଏବଂ ଅରୁଣାର ପ୍ରତିଷ୍ଠାତା ସଦସ୍ୟ ଶ୍ରୀ ଲୋକନାଥ ମିଶ୍ର ବଣ୍ଟନ କାର୍ଯ୍ୟକ୍ରମର ଉଦ୍ଧେଶ୍ୟକୁ ସମସ୍ତଙ୍କୁ କହିଥିଲେ । ଅରୁଣାର କର୍ମଚାରୀ ମାନେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।


