ଆମେରିକୀୟଙ୍କ ପିଜ୍ଜା ପ୍ରେମ

ଟାଲୀର ସ୍ଥାନୀୟ ଖାଦ୍ୟ ଭାବେ ଜଣାଯାଉଥିବା ‘ପିଜ୍ଜା’ର ଲୋକପ୍ରିୟତା ଏବେ ବିଶ୍ୱସ୍ତରରେ ବୃଦ୍ଧି ପାଇବାରେ ଲାଗିଛି । ଭାରତର ମହାନଗର ଓ ନଗର ଗୁଡ଼ିକର ରେସ୍ତୋରାଁରେ ବିଭିନ୍ନ ସୁଆଦର ପିଜ୍ଜା ଉପଲବ୍ଧ । ସବୁଠୁ ଅଧିକ ଆମେରିକୀୟ ଓ ଇଉରୋପୀୟ ଏଇ ଖାଦ୍ୟ ଖାଉଥିବାର ଏକ ସର୍ବେକ୍ଷଣରୁ ଜଣାପଡ଼ିଛି । ନ୍ୟୁୟର୍କର ଏକ ପୁରାତନ ପିଜ୍ଜା ଦୋକାନ ହେଉଛି ‘ଜନ୍ସ ବ୍ଲିକର ଷ୍ଟ୍ରିଟ’ ୧୯୨୯ ରେ ମାଲିକ ଜନ ଏହାର ଶୁଭାରମ୍ଭ କରିଥିଲେ । ଦୋକାନ ଆରମ୍ଭ ହେବାର ଦିନ କେଇଟା ପରେ ହିଁ ଲୋକପ୍ରିୟତା ବଢ଼ିବାକୁ ଲାଗିଥିଲା । ୯୧ ବର୍ଷ ତଳେ ଦୋକାନୀକୁ ଦୈନିକ ୧୦୦ ଗ୍ରାହକ ଅତିକମରେ ଆସୁଥିଲେ । ବିଶେଷ ପର୍ବ ଯେପରିକି ବଡ଼ଦିନ ଓ ନୂଆବର୍ଷରେ ଦୋକାନର ଗ୍ରାହକ ସଂଖ୍ୟା ୫୦୦ ରୁ ଅଧିକ ବଢ଼ୁ୍ଥିଲା । ଏକବିଂଶ ଶତାବ୍ଦୀରେ ଯେଉଁଠି ହୋମ ଡେଲିଭରୀ ଯୋଗେ ୩୦ ମିନିଟ୍‌ରୁ କମ ସମୟରେ ଘରେ ପିଜ୍ଜା ପହଞ୍ଚିଛି । ସେପରି ସ୍ଥଳେ ମଧ୍ୟ ଏଇ ଦୋକାନରେ ଗ୍ରାହକଙ୍କ ସଂଖ୍ୟା କମ୍‌ ହୋଇନାହିଁ । ନ୍ୟୁୟର୍କ ଆସୁଥିବା ଅଧିକାଂଶ ପର୍ଯ୍ୟଟକଙ୍କ ସହ ସ୍ଥାନୀୟ ଲୋକଙ୍କ ଭିଡ଼ ପିଜ୍ଜା ଦୋକାନ ବାହାରେ ଦେଖିବାକୁ ମିଳେ । ଗତ ୨୦୧୯ ଡିସେମ୍ବର ବଡ଼ଦିନରେ ଜନ୍ସ ବ୍ଲକର ଷ୍ଟ୍ରିଟ୍‌ ପିଜ୍ଜା ସପକୁ ଅଢେ଼ଇ ହଜାର ଗ୍ରାହକ ଆସିଥିଲେ । ମାଲିକ ମାଥ୍ୟୁ ଏ ସମ୍ପର୍କିତ ସମସ୍ତ ତଥ୍ୟ ଅବଗତ କରାଇଛନ୍ତି । ଆମେରିକାରେ ୧୩% ଲୋକ ଦୈନିକ ଜଳଖିଆ ଦ୍ୱିପହର ଭୋଜନ ଓ ରାତ୍ରିଭୋଜନରେ ପିଜ୍ଜା ଖାଇବାକୁ ପସନ୍ଦ କରିଥାନ୍ତି । ସର୍ବେକ୍ଷଣରୁ ପ୍ରକାଶ ଯେ ଆନୁମାନିକ ହିସାବରେ ପ୍ରତିଦିନ ସମଗ୍ର ଆମେରିକାରେ ଲୋକ ୧୮ ଏକର ଆକାରର ପିଜ୍ଜା ଖାଇଥାନ୍ତି । ଏଥିରୁ ସ୍ପଷ୍ଟ ହେଉଛି ଆମେରିକୀୟଙ୍କ ପିଜ୍ଜା ପ୍ରେମ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ