ଫିଲ୍ମି ଫ୍ରାଇଡେ’ରେ ତାପ୍ପସୀଙ୍କ ‘ଥାପ୍ପଡ’

ମୁମ୍ବାଇ : ଫିଲ୍ମି ଫ୍ରାଇଡେ’ରେ ରିଲିଜ୍‌ ହୋଇଛି ପାଞ୍ଚୋଟି ଫିଲ୍ମ । ଏହି ଫିଲ୍ମଗୁଡିକ ମଧ୍ୟରେ ରହିଛି ହଣ୍ଟେଟ୍‌ ହିଲ୍ସ୍‌, ଆହୋ ପୁଷ୍ପା ଆଇ ହେଟ୍‌ ଟିୟର୍ସ, ଗନ୍ସ ଅଫ ବନାରସ୍‌, ଦୂରଦର୍ଶନ ଓ ଥାପ୍ପଡ ସାମିଲ୍‌ ରହିଛି । ତେବେ ସମସ୍ତ ଫିଲ୍ମଗୁଡିକ ମଧ୍ୟରେ ତାପ୍ପସୀ ପନ୍ନୁଙ୍କ ଥାପ୍ପଡକୁ ନେଇ ବେଶ୍‌ ଚର୍ଚ୍ଚା ରହିଛି । ଅନୁଭବ ସିହ୍ନାଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଥାପ୍ପଡ’ରେ ଘରୋଇ ହିଂସାର କାହାଣୀ ଦର୍ଶାଯାଇଛି । ଫିଲ୍ମର ଟ୍ରେଲର୍‌ଟି ବହୁତ ପ୍ରଶଂସା ପାଇଥିବାବେଳେ ଫିଲ୍ମଟି ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଥିବା ଜଣାପଡିଛି । ଏହି ଫିଲ୍ମରେ ଦିୟା ମିର୍ଜା, ରାମ କପୁର୍‌ କୁମୁନ୍ଦ ମିଶ୍ରା, ପାଭ୍‌ଲି ଗୁଲାଟ୍ଟି, ଗ୍ରେସି ଗୋସ୍ବାମୀ ପ୍ରମୁଖ ଅଭିନୟ କରିଛନ୍ତି । ସେହିପରି ମାହି ଗିଲ୍‌ଙ୍କ ଅଭିନୀତ ଦୂରଦର୍ଶନ ମଧ୍ୟ ରିଲିଜ୍‌ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ